ଭବାନୀପାଟଣା , ୦୮/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା ୨୦୨୫ ଆଜି ପାଳିତ ହେଇଯାଇଅଛି। ଲୋକ ସଂସ୍କୃତି,ପରମ୍ପରା,ଲୋକଗୀତ ଓ ଲୋକନୃତ୍ୟର ବାର୍ତ୍ତାକୁ ନେଇ ପ୍ରତିବର୍ଷ ପାଳନ ହୋଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା।ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ଉତ୍ସବକୁ ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରରେ ମହାସମାରୋହରେ ପାଳନ କରାଯାଉଅଛି। ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ଉଦଘାଟନ ଏକ ଶୋଭାଯାତ୍ରାରେ ବାହାରି ମାଣିକେଶ୍ବରୀ ମନ୍ଦିର ଠାରୁ ମଶାଲ ଆଣି ବ୍ଲକ ପର୍ଯ୍ୟନ୍ତ ଅଣାଆଯାଇଥିଲା । ଏଥିରେ ସମସ୍ତ ଅତିଥି ମାଁ ମାଣିକେଶ୍ବରୀ ଫୋଟୋରେ ପୁଷ୍ପମାଲ୍ୟ ଦେଇ ଦିପ ପ୍ରଜ୍ୱଳନ କରି ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଏବଂ ସମ୍ମନୀତ ଅତିଥି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରବାନ୍,ଓ.ପ୍ର.ସେ,ଭବାନୀପାଟଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପୁଷ୍ପାଞ୍ଜଳୀ ସାହୁ,ହୃଦାନନ୍ଦ ସାହୁ,ଜିଲ୍ଲା ପରିଷଦ ସଭ୍ୟ ଜୋନ୍ -୧ ଦୟାନିଧି ନାଏକ,ଜିଲ୍ଲା ପରିଷଦ ସଭ୍ୟ ଜୋନ୍ -୨,ପୁଷ୍ପଳତା ନାଏକ,ଜିଲ୍ଲା ପରିଷଦ ସଭ୍ୟା ଜୋନ୍ -୩ ପ୍ରଫୁଲ ସାହୁ, ଚେୟାରମ୍ୟାନ ଅଧ୍ୟକ୍ଷ୍ୟ,ପଞ୍ଚାୟତ ସମିତି, ଗୋବିନ୍ଦ ନାଏକ,ସଭାପତି,ସରପଞ୍ଚ,ଚନ୍ଦନ କୁମାର ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଭବାନୀପାଟଣା ତଥା, ସମ୍ପାଦକ, ବ୍ଳକ୍ କଳାହାଣ୍ଡି ଉତ୍ସବ ପାଳନ କମିଟି, ଭୋବେନ୍ଦ୍ର ପଣ୍ଡା,ଏମପି ପ୍ରତିନିଧି,ଧନୁ ଗହୀର ଏମ.ଏଲ.ଏ, ଭବାନୀପାଟଣା ପ୍ରତିନିଧି ପ୍ରମୁଖ ଏବଂ ନିବେଦକ ପ୍ରଫୁଲ୍ଲ କୁମାର ସାହୁ ଅଧ୍ୟକ୍ଷ ପଞ୍ଚାୟତ ସମିତି, ଭବାନୀପାଟଣା ତଥା ସଭାପତି, ବ୍ଳକ୍ କଳାହାଣ୍ଡି ଉତ୍ସବ ପାଳନ କମିଟି ଏବଂ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ମସାଲ ଯାତ୍ରା ଏବଂ ଉତ୍ସବ କୁ ସମ୍ପାଦନ କରିଥିଲେ ଏବଂ ଏହି ଉତ୍ସବ ସକାଳ ୮ ଘଣ୍ଟା ମଶାଲ ଶୋଭା ଯାତ୍ରା ମାଣିକେଶ୍ୱରୀ ମନ୍ଦିର ଠାରୁ ବ୍ଲକ୍ ପର୍ଯ୍ୟନ୍ତ ସକାଳ ୯ ଘଣ୍ଟା ଶୁଭ ଉଦ୍ଘାଟନ ଏବଂ ପୂର୍ବାହ୍ନ ୧୦ ଘଣ୍ଟା ବିଭିନ୍ନ ପ୍ରତିଯୋଗୀତା ଆରମ୍ଭ ଅପରାହ୍ନ ୩:୩୦ମି. ଘୁମୁରା ପ୍ରତିଯୋଗୀତା ଅପରାହ୍ନ ୫:୩୦ମି ସନ୍ଧ୍ୟା କାଳୀନ ସଭା କାର୍ଯ୍ୟକ୍ରମ କମିଟି ୬:୩୦ମି ପୁରସ୍କାର ବିତରଣ ସନ୍ଧ୍ୟା ୭ ଘଣ୍ଟା ସମୟରେ ହୋଇଥିଲା । ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ:ଅର୍ଚନା ପାଢୀ ମେଲୋଡି ଗ୍ରୁପ ଓ ଏହି ଉତ୍ସବରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କ ନୃତ୍ୟ,ଗୀତ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।ଏଥିରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଅଙ୍ଗନୱାଡ଼ି କର୍ମୀ, ସିଆରପି,ଛାତ୍ରଛାତ୍ରୀ ଏବଂ ବ୍ଲକ ର ବିଭିନ୍ନ କର୍ମୀ,ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ।