୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ

କେନ୍ଦ୍ରାପଡା, ୦୮/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଅଷ୍ଟାଦଶତମ ପ୍ରବାସୀ ଭାରତୀୟ ଦିବସ ସ୍ଥାନୀୟ ପୈାରସଂସ୍ଥା ଟାଉନହଲରେ ଜିଲାର ୯ଟି ବ୍ଲକର ଛାତ୍ରଛାତ୍ରୀ,ଶିକ୍ଷକ, ଶିକ୍ଷାଧିକାରୀ, ପ୍ରଶାସନିକ ଅଧିକାରୀ, ଛାତ୍ରାଭିଭାବକ, ଲୋକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଇକେଲ ଚାଳନା, କୁଇଜ, ପୋଷ୍ଟର ପ୍ରସ୍ତୁତି ଓ ଉପସ୍ଥାପନା, ରଚନା ଲିଖନ କରାଯାଇଥିଲା । ଉଦଘାଟନୀ ପର୍ବରେ ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ନାଗ ଶ୍ରୀ ବଳଦେବଜୀଉଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଶୁଭ ଉଦଘାଟନ କରିଥିଲେ । ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ପ୍ରଫୁଲ୍ଲ ସ୍ୱାଇଁ, ଶ୍ରୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ନଗରପାଳ ସରିତା ସାହୁ, ବିତ ଅଧିକାରୀ ସୂର୍ଯ୍ୟନାରାୟଣ ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହମଣ୍ଡଳ ଶିକ୍ଷା ଅଧିକାରୀ ଚିତରଞ୍ଜନ ଜେନା, ବଳଦେବ ପ୍ରସାଦ ଜେନା, ଦେବଦ ଶତପଥୀ, ମନୋରଞ୍ଜନ ପଟ୍ଟନାୟକ, ବଳଦେବ ଉପାଧ୍ୟାୟ, ମିନତୀ ସେଠୀ, ଆଂଚଳିକ ସାଧନକେନ୍ଦ୍ରର ସଂଯୋଜକ ଅନନ୍ତ କୁମାର ପରିଡା, ଅଜଗର ଅଲ୍ଲୀ, ମହମ୍ମଦ ଫାୟାଜୁଦ୍ଧିନ, ରାଜେଶ ବାରିକ, ମାମୁନି ସିଂହ, ଦେବେନ୍ଦ୍ର ନାୟକ, ବିଷ୍ଣୁ ଚରଣ ସାମଲ, ସହବିଜ୍ଞାନ ପରିଦର୍ଶକ ପ୍ରକାଶ ପରିଡା, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜୟୀରାମ ସେଠୀ, ରମେଶ ଚନ୍ଦ୍ର ସ୍ୱାଇଁ, ଚନ୍ଦନ କୁମାର ସ୍ୱାଇଁ, ବିଜୟ କୁମାର ପରିଡା, ବିନୋଦ ବିହାରୀ ସାହୁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କିରଣତୃଷ୍ଣା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *