୨୩ତମ ନିମାପଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନିମାପଡ଼ା, ୦୩/୧୨/୨୦୨୩ (ଓଡ଼ିଶା ସମାଚାର)- ୨୩ତମ ନିମାପଡ଼ା ମହୋତ୍ସବ ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ମୁକ୍ତାକାଶ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ନିମନ୍ତେ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବିଧାୟକ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିମାପଡ଼ାର ଅଧିକାଂଶ ସରକାରୀ, ବେସରକାରୀ କାର୍ଯ୍ୟାଳୟର ମୁଖ୍ୟ କର୍ମକର୍ତାମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଏବଂ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଯାତ୍ରା ପାର୍ଟି ଏବଂ ମିନାବଜାର ଆଦି ଇଣ୍ଡୋର ଷ୍ଟାଡିୟମ ପଡିଆରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ପାଦକ ନିଗମାନନ୍ଦ ସାହୁ ସୂଚନା ଦେଇଛନ୍ତି। ବୈଠକରେ ନିମାପଡ଼ା ତହସିଲଦାର, ବିଡ଼ିଓ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଆର.ଡି ସହକାରୀ ନିର୍ବାହୀ ଯନ୍ତ୍ରୀ, ଥାନା ଆଇଆଇସି ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *