ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଏଚଏମପିଭି ଭୁତାଣୁନେଇ ଭୟଭୀତ ହୁଅନ୍ତୁ ନାହିଁ

ସଚେତନ ରୁହନ୍ତୁ – ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର, ୦୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାରଙ୍କ ଆଇଡିଏସପି-ଏନସିଡିସି (Integrated Disease Surveillance Programme – National Centre for Disease Cantrol) (IDSP – NCDC) ଦ୍ୱାରା ଏଚଏମପିଭି ଭୁତାଣୁ ନେଇ ପ୍ରେସ ବାର୍ତ୍ତା ଜନସାଧାରଣଙ୍କ ଅବଗତି ଏବଂ ବ୍ୟାପକ ସଚେତନତା ନିମନ୍ତେ  ଜାରି କରାଯାଇଛି  ।

ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ରୋଗର ଚିହ୍ନଟ ଓ ନିରାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଅଛି । ଏହି ରୋଗକୁ ନେଇ ଜନସାଧାରଣ ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି।

-0-

ସୌରଭ ପ୍ରଧାନ,ଲୋକ ସମ୍ପର୍କ ଅଧିକାରୀ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *