ପଠନ ଅଭ୍ୟାସ ଜ୍ଞାନ ବିକାଶେ ସାହାଯ୍ୟ କରିଥାଏ – ଡକ୍ଟର ଗିରୀଶ ମିଶ୍ର

ଯାଜପୁର, ୦୫/୦୧/୨୦୨୫ (ଓଡ଼ିଶା ସମାଚାର)- ପୁସ୍ତକ ପଠନ ଅଭ୍ୟାସ ଆମକୁ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ ବୋଲି ନବମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟାରେ ଯାଜପୁର ର ଜଣାଶୁଣା ଶିକ୍ଷାବିତ , ପରିବେଶବିତ , ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡକ୍ଟର ଗିରୀଶ ବିହାରୀ ମିଶ୍ର  ସମ୍ମାନୀତ ଅତିଥି ଭାବେ ଜକଂ ଦେଇ ତାଙ୍କ ଅବିଭାଷଣ ରେ ଉପସ୍ଥିତ ପାଠକ ପାଠିକା ସ୍ଥାନୀୟ ଅଂଚଳର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆଜିର ସମାଜ ଓ ଯୁବପିଢି ପ୍ରତ୍ୟହ ପୁସ୍ତକ ପଢିବା ପାଇଁ ପ୍ରୟାସ ଜାରି ରଖନ୍ତୁ , ଯାହାକି ପର ପିଢ଼ି  ପାଇଁ ଉଦାହରଣ ହୋଇ ରହିବ । ମୋବାଇଲ ବା ଡିଜିଟାଲ ପାଠ ଆମକୁ ଆଗକୁ ନେବ ନାହିଁ ବରଂ ବହୁ ବାଧକ ସୃଷ୍ଟି କରିବ ବୋଲି ଡକ୍ଟର ମିଶ୍ର ମତ ଦେଇଛନ୍ତି ।

କମିଟି ର ଏତାଦୃଶ କାର୍ଯ୍ୟ ପାଇଁ ସେ ସାଧୁବାଦ ଓ କୃତଜ୍ଞତା ଜଣାଇବା ସହ ମେଳା ରୁ ପ୍ରତ୍ୟାବର୍ତ୍ତନ ର ସ୍ମୃତି ପାଇଁ ବିଭିନ ଷ୍ଟଲ ରୁ ବହୁ ଉପାଦେୟ ପୁସ୍ତକ କ୍ରୟ କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *