ଅନୁଭବ ଓ ବର୍ଷାଙ୍କ ଵିଛେଦ ମାମଲା, ହାଇକୋର୍ଟରୁ ମିଳିଲା ଅନୁମତି

କଟକ ସଦର ,୨୧/୧୨/୨୦୨୩ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଆଜକୁ ଦୀର୍ଘ ଦିନ ହେଲା  ଓଡ଼ିଶାର ଦୁଇ ଜଣାଶୁଣା ସେଲିଵ୍ରିଟି ସୁପରଷ୍ଟାର ତଥା କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ଵର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଲାଗି ରହିଥିବା ଵିଵାହ ଵିଛେଦ ମାମଲା ର ଆଜି ଗୁରୁବାର ଦିନ ପୂର୍ଣ୍ଣଛେଦ ପଡ଼ିଥିବା ଜଣାପଡିଛି। ଓଡ଼ିଶା ହାଇକୋର୍ଟ ଏହି ମାମଲାର ଵିଚାର କରି ଵିଛେଦ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ତଳ ଅଦାଲତ ଯଥା ଫ୍ୟାମିଲି କୋର୍ଟରେ ଏହି ମାମଲା ଖାରଜ ହେଇଯାଇଥିଲା ଵେଳେ ଅନୁଭଵ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇ ନ୍ୟାୟ ପାଳିକା ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଥିଲେ। ଆଜି ଏହାର ପରିସମାପ୍ତି ଘଟିଥିବାରୁ ଅନୁଭଵ ଙ୍କୁ ଆଶ୍ୱସ୍ତି ମିଳିଛି। ତେବେ ଏହି ରାୟ ଉପରେ ଵର୍ଷା ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିପାରିବେ ଵୋଲି ରାୟରେ ସ୍ପଷ୍ଟ ଉଲ୍ଲେଖ ରହିଅଛି  ।

Leave a Reply

Your email address will not be published. Required fields are marked *