ଜଗତସିଂହପୁର, ୦୫/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ପ୍ରବାସୀ ଭାରତୀୟ ମାନେ ଓଡ଼ିଶା ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଓଡିଶାର ଅସ୍ମିତା, କଳା, ସଂସ୍କୃତି, ଭାସ୍କର୍ଯ୍ୟ ର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର ରେ ସହାୟକ ହୋଇପାରିଲେ ଓଡ଼ିଶା ର ପ୍ରଗତି ଅବଶ୍ୟମ୍ଭାବୀ। କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ପ୍ରବାସୀ ଭାରତୀୟ ଦିବସ ର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର , ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମିହିର କୁମାର ପାଲ ପ୍ରମୁଖ ପ୍ରବାସୀ ଭାରତୀୟ ଏଵଂ ସେମାନଙ୍କର ରୁଚି ଓ ପ୍ରତିଭା ଦେଶ ତଥା ରାଜ୍ୟ ର ସାଂସ୍କୃତିକ ପରମ୍ପରା କୁ ଉଜ୍ଜ୍ବଳିତ କରିବ ବୋଲି ମତ ଦେଇଥିଲେ। ସମଗ୍ର ଶିକ୍ଷା ର ପ୍ରୋଗ୍ରାମର ଚନ୍ଦ୍ରଜିତ୍ ପରିଜା ଙ୍କ ସଂଯୋଜନା ରେ ଆୟୋଜିତ
ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ବିଦ୍ୟାର୍ଥୀ ମାନଙ୍କ ପାଇଁ ଓଡିଆ ଓ ଇଂରାଜୀ କୁଇଜ୍, ସାଇକେଲ ଚାଳନା, ହାଇସ୍କୁଲ ଓ ପ୍ରଥମିକ ବିଦ୍ୟାଳୟ ପିଲାଙ୍କ ପାଇଁ ଓଡିଆ ଓ ଇଂରାଜୀ ରଚନା ସହ ସମସ୍ତ ବର୍ଗ ରେ ପୋଷ୍ଟର ଟିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ୮ ଟି ବ୍ଲକ୍ ରୁ ୭୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ଶରତ ଚନ୍ଦ୍ର ମହାରଣା,ଶରତ ଚନ୍ଦ୍ର ବାରିକ, ଜଟାଧାରୀ ଭୋଇ, ତ୍ରିଲୋଚନ ସାହୁ, ତୃପ୍ତି ଦାସ, ନଗେନ ପଣ୍ଡା, ରାଇ ଚରଣ ତ୍ରିପାଠୀ ଯୋଗଦେଇଥିଲେ। ଅପରାହ୍ନ ରେ କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଡ ସସ୍ମିତା ବାରିକ , ବିନୋଦ କୁମାର ମିଶ୍ର, ଶିବ ପ୍ରସାଦ ନାୟକ, ଚୈତନ୍ୟ ଚରଣ ସ୍ୱାଇଁ, ଧର୍ମେନ୍ଦ୍ର ଦାସ , ଦିପେନ୍ଦ୍ର ବେହେରା , ଅନିଲ ପୋଥାଳ ପ୍ରମୁଖ ପରିଚାଳନା କରିଥିଲେ।
ଜଗତସିଂହପୁର ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ
