ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ପାଇଁ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୨୮/୯/୨୦୨୪ (ଓଡ଼ିଶା ସମାଚାର)- ଷ୍ଟେଟବ୍ୟାଙ୍କ ବାଣିଜ୍ୟ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ କାର୍ଯ୍ୟାଳୟର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁ ଏହି ବୈଠକରେ ପୈାରହିତ୍ୟ କରିଥିଲେ । ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ, ଭୁବନେଶ୍ୱର ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବୈଠକ ପରିଚାଳନା କରିବା ସହିତ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ବୈଠକରେ ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରାଯିବାର ପ୍ରତିଶୃତି ପ୍ରଦାନ କରାଯାଇଥିଲା । ଦୀର୍ଘଦିନର ଦାବି କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନସାରୀ(ଚିକିତ୍ସା କେନ୍ଦ୍ର) ଖୋଲାଯାଉନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଷ୍ଟେଟବ୍ୟାଙ୍କ ଚିକିତ୍ସା କେନ୍ଦ୍ର କେନ୍ଦ୍ରାପଡା ମୁଖ୍ୟ ଶାଖାରେ ଖୋଲାଗଲେ ତିନିଶହରୁ ଅଧିକ ପେନସନ୍ ଭୋଗୀ ତଥା ଷ୍ଟେଟବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ଉପକୃତ ହୋଇପାରନ୍ତେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ନିକଟରେ ଅବସରଗ୍ରହଣ କରିଥିବା ଷ୍ଟେଟବ୍ୟାଙ୍କ କର୍ମଚାରୀ ସଂଘର ରାଜ୍ୟ ସଭାପତି ସ୍ୱାଧୀନ କୁମାର ଦାଶଙ୍କୁ ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ ଆଂଚଳିକ କମିଟି ପକ୍ଷରୁ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ସ୍ୱାଗତ ଜଣାଇ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ବୈଠକରେ ପେନସନର୍ସ ସଂଘର କେନ୍ଦ୍ରାପଡା ଜିଲା ସମ୍ପାଦକ ଉଦୟନାଥ ସାହୁ, ଶରତ କୁମାର ମୁଦୁଲି, ମାଧବାନନ୍ଦ ମହାପାତ୍ର, ଦୁର୍ଯେ୍ୟାଧନ ସେଠୀ, ଅତୁଲ ଚନ୍ଦ୍ର ଗିରି, ଗୋଲକ ବିହାରି ବେହେରା, ନିତ୍ୟାନନ୍ଦ ସେଠୀ, ନଗେନ୍ଦ୍ର ନାଥ ମହାକୁଡ, ସୁବାଷ ଚନ୍ଦ୍ର ବରାଳ, ସେଖ୍ ଏସାନ ମହମ୍ମଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲା ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *