କାମେଶ୍ୱର ପିଠରେ ସାରସ୍ମତ ସମ୍ବର୍ଦ୍ଧନା ଉତ୍ସବ

ଗରଦପୁର,୧୭/୮/୨୦୨୪ (ଓଡ଼ିଶା ସମାଚାର)-ସ୍ୱାଧିନତା ଦିବସ ଅବସରରେ ଲୁଣା ଚିତ୍ରୋପôଳା ଦୀପାଂଚଳ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ କାମେଶ୍ୱର ମନ୍ଦିର ପରିସରରେ ଜାତୀୟ ପତାକା ଉତୋଳନ , ବୃକ୍ଷ ରୋପଣ ସହ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ସଭାପତି କେଦାରନାଥ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମାନସ ଭୁଷଣ ପଣ୍ଡିତ ହୃଶିକେଶ ରଥ , ଡ଼ାକ୍ତର ନବଘନ ପରିଡ଼ା, ଆଇନଜିବୀ ପ୍ରଦୀପ କୁମାର ଦାସ, ରମଣୀରଂଜନ ରାଉତରାୟ , ସୌଭାଗ୍ୟ ପରିଡ଼ା, ଗଙ୍ଗାଧର ସାମଲ , ରଂଜିତ ଆଚାର୍ଯ୍ୟ, ବିଭୁତି ପରିଡ଼ା , ଅଲେଖ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଦୀପାଂଚଳର ଦୁଃଖ ଜଳ ନିସ୍କାସନ ଓ ଜଳ ସେଚନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତି ବ୍ଲକ୍ ରେ ଶିତଳ ଭଣ୍ଡାର ନିର୍ମାଣ ପାଇଁ ବୈଠକରେ ଦାବି କରିଥିଲେ । ଉତ୍ସବରେ ବିଭିନ୍ନ ବର୍ଗର କୃତି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ନରୋତମ ପରିଡ଼ା, ଭୁବନ ମୋହନ ଜେନା, ଆପଦ ସାମଲ, ରମାକାନ୍ତ ବଳ ସମେତ ବହୁ ମାନ୍ୟ ଗଚ୍ଚ୍ୟ ବ୍ୟକ୍ତି ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଷଦର ସମ୍ପାଦକ ସିତାକାନ୍ତ ନାୟକ ସମ୍ପାଦକୀୟ ପାଠ କରିଥିବାବେଳେ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *