ଜାତୀୟ  ସଡ଼କ ସୁରକ୍ଷା ମାସ ୨୦୨୫ ର ସଚେତନତା ଦିବସରେ ସ୍ଲୋଗାନ  ପ୍ରତିଯୋଗିତା।

ଜଗତସିଂହପୁର ୦୩/୦୧/୨୦୨୫ (ଓଡ଼ିଶା ସମାଚାର)-ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଜଗତସିଂହପୁର ସଦର ସ୍ଥିତ ଶ୍ରୀକୃଷ୍ଣ ଏକାଡେମୀ ରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ସ୍ଲୋଗାନ ର ପ୍ରତିଯୋଗୀତା  ହୋଇଥିଲା । ତତସହିତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ସଚେତନତା  ପାଇଁ ସଡକ ସୁରକ୍ଷା ସମ୍ବନ୍ଧିୟ ଶପଥ ପାଠ ର ଆୟୋଜନ ହୋଇଥିଲା ।ଏଥିରେ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ  ଭବାନୀ ଶଙ୍କର ଉଦ୍ଗାତା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ରେ ପ୍ରଦୀପ ଉଜ୍ଜ୍ୱଳ କରିବା ସହ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା  ପାଇଁ ଶପଥ ପାଠ କରାଇଥିଲେ ।ପିଲାମାନଙ୍କ ଦ୍ୱାରା  ସଡ଼କ ସୁରକ୍ଷା ସଚେତନତା ହେଲେ ଦୁର୍ଘଟଣା କୁ  କମାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଜାତୀୟ ସୁରକ୍ଷା ମାସ ର  କାର୍ଯକ୍ରମ ଜିଲା ସ୍ତରୀୟ କିପରି ପାଳନ ହେବ, ଦୁର୍ଘଟଣା ରେ କିପରି ଜୀବନ ହାନି ହେଉଛି ତାର ପ୍ରତିକାର ବିଷୟରେ ପିଲା ମାନଙ୍କୁ ଏବଂ ଜନସାଧାରଣଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ  ।ଏଥିରେ ବିଶିଷ୍ଟ ସମାଜସେବୀ ଶ୍ରୀ ହେମନ୍ତ କୁମାର ରଥ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପିଲାମାନଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବାକୁ ଗପ ମାଧ୍ୟମରେ ଉପଦେଶ ଥିଲେ ,ଯେ ପିଲାମାନେ ତାଙ୍କର ପରିବାର ସଦସ୍ୟଙ୍କର ପଥ ପ୍ରଦର୍ଶକ ହେବେ ବୋଲି ମତବ୍ୟକ୍ତ କରିବା ସହ ସଦା ସର୍ବଦା ଘରୁ ଗାଡ଼ି ନେଇ ଗଲା ବେଳେ ଆଇ ଏସ ଆଇ ମାର୍କା ହେଲମେଟ ପିନ୍ଧିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ଚାରି ଚକିଆ ଗାଡି ଚାଳନା ସମୟରେ ସିଟ୍ ବେଲ୍ଟ ବାନ୍ଧିବା ପାଇଁ ଦୃଷ୍ଟିଗୋଚର କରିବେ ବୋଲି ଉପଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ , ବିଶିଷ୍ଟ ଶିକ୍ଷାବିତ ଡଃ ସୁରେନ୍ଦ୍ର ତ୍ରିପାଠୀ,  ଶ୍ରୀକୃଷ୍ଣ ଏକାଡେମୀ ର ପ୍ରଧାନ ଶିକ୍ଷକ ଶ୍ରୀ ରମାକାନ୍ତ ପତି ପିଲାମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇଥିଲେ। ମଞ୍ଚ ରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜିବନ କୁମାର ସାହୁ ସଭା କାର୍ଯ୍ୟରେ ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ରାଇ ଚରଣ ତ୍ରୀପାଠୀ ଏବଂ ଜିଲ୍ଲା ଜୁନିଅର ରେଡ୍ କ୍ରସ ଅଧିକାରୀ ଶ୍ରୀ ତ୍ରୀଲୋଚନ ସାହୁ ପରିଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *