ନିରାକାରପୁର, ୦୫/୦୩/୨୦୨୪ (ଓଡ଼ିଶା ସମାଚାର)- ପ୍ରବାଦ ପୁରୁଷ ମହାନ ଜନନାୟକ ରାଷ୍ଟ୍ରବାଦୀ ନେତା ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମଜୟନ୍ତୀ ରାମେଶ୍ୱର ଠାରେ ପାଳିତ ହୋଇଯାଇଅଛି । ବିଜୁ ବାବୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତି ଏବଂ ଜନତା ଦଳ,ଖୋରଧା ର ପୂର୍ବତନ ସଭାପତି ତଥା ବରିଷ୍ଠ ସଂଗଠକ ପ୍ରଫୁଲ୍ଲ ଚନ୍ଦ୍ର ଜେନାଙ୍କ ଆବାହନରେ ଅନୁଷ୍ଠିତ । ଏହି ଉତ୍ସବ ରେ ବିଜୁ ବାବୁଙ୍କ ସ୍ମୁତି ଅନୁଭୂତି ସମ୍ବଦ୍ଧରେ ସ୍ମୁତି ଚାରଣ କରି ଶ୍ରୀ ଜେନା କହିଥିଲେ ଯେ ଇଣ୍ଡୋନେସିଆର ସର୍ବୋଚ୍ଚ ଉପାଧି ଭୂମିପୁତ୍ର, ଦୁଃଦ୍ଧଶ ବୈମାନିକ, ଝଡର ଈଗଲ ଏବଂ ମାଟିର ମୂର୍ତ୍ତିକାର ସେ, ଓଡିଶା ର ମୁକୁଟବିହୀନ ସମ୍ରାଟ । ଓଡିଶା ଏବଂ ଏ ଜାତିକୁ ବିଶ୍ୱ ଦରବାର ରେ ପରିଚିତ କରିବାପାଇ ତାଙ୍କର ନିରବଛୀର୍ଣ୍ଣ ଉଦ୍ୟମ ଯୋଗୁ ସେଥିଲେ ଦ୍ୱିତୀୟ ଖାରବେଳ, ପ୍ରତିଟି ମୁହୂର୍ତ ତାଙ୍କର ରୋମାଚକର ଏବଂ ଇତିହାସ ।
ମାନବବାଦୀ ରାଷ୍ଟ୍ରନେତା ବିଜୁ ବାବୁଙ୍କ ଜୟନ୍ତୀ
