ବିଜେପି କଟକ ସାଂଗଠନିକ ଜିଲ୍ଲା ପୁନଃର୍ଗଠିତ

କଟକ ନଗର ଜିଲ୍ଲା ସହ କଟକ ସଦର,ଚୈ।ଦ୍ୱ।ର-କଟକ, ନିଆଳି ଯୋଡ଼ି ହେଲା

କଟକ ସଦର,୩୧/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ର ସଂଗଠନ କୁ ଅଧିକ ମଜଭୁତ ଓ କ୍ରିୟାଶୀଳ କରିବାକୁ କଟକ ସାଂଗଠନିକ ଜିଲ୍ଲା ପୁନଃର୍ଗଠିତ ହୋଇଛି। ପୂର୍ବରୁ ଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ବାରବାଟୀ-କଟକ କୁ ନେଇ ନଗର ଜିଲ୍ଲା କାର୍ଯ୍ୟ କରୁଥିବା ବେଳେ ଏଥିରେ ଏବେ କଟକ ସଦର,ଚୈ।ଦ୍ୱ।ର-କଟକ ଓ ନିଆଳି ଯୋଡ଼ି ହୋଇଛି। ସେହିପରି ବଡ଼ମ୍ବା,ବାଙ୍କି, ଆଠଗଡ, ସାଲେପୁର, ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁ ନେଇ ପୂର୍ବପରି ଗ୍ରାମାଞ୍ଚଳ ସାଂଗଠନିକ ଜିଲ୍ଲା କାର୍ଯ୍ୟ କରୁଥିବା କରିବ ବୋଲି ଜଣାପଡିଛି। ସେଥିରେ କଟକ ସଦର ନିର୍ବାଚନମଣ୍ଡଳୀରେ ଥିବା ୭ ଗୋଟି ମଣ୍ଡଳ ମଧ୍ୟରେ ଆଉ ଗୋଟିଏ ଗୋପାଳପୁର ମଣ୍ଡଳ ନୂତନ ଭାବେ ଗଠନ କରାଯାଇ ୮ ଟି ମଣ୍ଡଳ କରାଯାଇଛି।ପୂର୍ବରୁ କଟକ ମହାନଗର ନିଗମ (ସିଏମସି) ଅନ୍ତର୍ଗତ ପଞ୍ଚମୂଖୀ ମଣ୍ଡଳ କାର୍ଯ୍ୟ କରୁଥିବା ବେଳେ ଏବେ ସେଥିରେ ନୂତନ ଭାବେ ଗୋପାଳପୁର ମଣ୍ଡଳ ଅନ୍ତର୍ଭୁକ୍ତ ହୋଇଛି।

Leave a Reply

Your email address will not be published. Required fields are marked *