କଟକ ସଦର,୩୧/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ୪୨ ମୈଜା ଥାନା ଅନ୍ତର୍ଗତ ଵେଣ୍ଟକାର ଛକରେ ଆଜି (ମଙ୍ଗଳବାର) ଭୋର ସମୟରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ସେଥିରେ ଥିବା ଜଣେ ଆଦିବାସୀ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ଟ୍ରାକ୍ଟର ଚାଳକ ମୃତା ମହିଳା ଙ୍କ ସ୍ୱ।ମୀ ଦୂର୍ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପ୍ରକାଶ ଯେ ସ୍ଥାନୀୟ ଏକ ଇଟାଭାଟିରେ କାମ କରୁଥିବା ସ୍ୱ।ମୀ ସ୍ତ୍ରୀ ଭୋର ସମୟରେ ଟ୍ରାକ୍ଟର ରେ ଯାଉଥିବା ବେଳେ ସ୍ୱ।ମୀରା ବେପରୁଆ ଚାଳନା ଯୋଗୁଁ ଭାରସାମ୍ୟ ହରାଇ ଟ୍ରାକ୍ଟର ଟି ରାସ୍ତା ତଳେ ଥିବା ଖାଲୁଆ ଯାଗାକୁ ଓଲଟି ପଡିଥିଲା। ପୋଲିସ ଦୂର୍ଘଟଣା ସ୍ଥଳରେ ପହଞ୍ଚି ମହିଳା ଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
୪୨ ମୈ।ଜା ଵେଣ୍ଟକାର ଛକରେ ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ
![](https://eodishasamachar.com/wp-content/uploads/2024/12/tractor.jpg)