ରାଉରକେଲା, ୩୦/୧୨/୨୦୨୪ (ଓଡ଼ିଶା ସମାଚାର)- ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ତ୍ରୀଦିବସୀୟ ଆଧ୍ୟାତ୍ମିକ କଥାମୃତ ରାସ ପଞ୍ଚାଧ୍ୟାୟୀ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ର ମୁଖ୍ୟ ଇଂ ଆଲୋକ ରଞ୍ଜନ ମଲ୍ଲିକ ଙ୍କ ଆବାହକତ୍ବ ରେ,କୋଏଲ ନଗର ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କଥାମୃତ କାର୍ଯ୍ୟକ୍ରମରେ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ ରାସ ପଞ୍ଚାଧ୍ୟାୟୀ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଡ଼ଃ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ୭ଟି ସାହି ସ୍ନାନ, ଭାରତୀୟ ପରମ୍ପରା ରେ ୭ ପାଦ କଥା, କାମଦେବ ର ଶରଦ କୁ ନଷ୍ଟ କରିବା ପାଇଁ ରସ ପଜ୍ଞଧ୍ୟାୟୀ ପଠନ, ଶ୍ରବଣ ର ଆବଶ୍ୟକତା, ଦ୍ବିତୀୟ ଦିବସରେ ଜନ୍ମାଷ୍ଟମୀ କିପରି ପ୍ରକଟାଷ୍ଟମୀ, ଶ୍ରୀ ଜଗନ୍ନାଥ କିପରି ଅମନା, ମାୟା ର ଦୁଇଟି ଅର୍ଥ ବନ୍ଧନ ଓ କୃପା,ଶବ୍ଦ କିପରି ବ୍ରହ୍ମଙ୍କ ଦ୍ବିତୀୟ ସ୍ବରୁପ ଓ ତୃତୀୟ ଦିବସରେ ଗୋପୀ ମାନଙ୍କ ସହ ଭଗବାନଙ୍କ ଲୀଳା ସହ ମାୟାର ଦୁଇଟି ଅର୍ଥ ସହ ପ୍ରତ୍ୟେକ ବ୍ୟକ୍ତିର ୧୦ଟି ସମ୍ପର୍କର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହାକୁ ଶ୍ରବଣ କରିବା ପାଇଁ ପ୍ରତ୍ୟହ ସନ୍ଧ୍ୟା ରେ ଶତାଧିକ ବିଭୁ ପ୍ରେମୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମ କୁ ଅଧିକ ରସାଣିତ କରିଥିଲା । ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ଇଂ ଆଲୋକ ରଞ୍ଜନ ମଲ୍ଲିକ ସମସ୍ତ ଶ୍ରୋତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହାରମନିଅମ ରେ ସୁଶ୍ରୀ ସୁନିତା ବେହୁରା ଓ ତାବଲା ରେ ଗୁରୁ ଜଗନ୍ନାଥ ଦାସ ସଂଗତ ଦେଇଥିଲେ। ସହରର ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଆଖପାଖ ଅଞ୍ଚଳରୁ ବହୁ ଶ୍ରୋତା ଯୋଗଦେଇ ଏହାକୁ ଉପଭୋଗ କରିବା ସହ ପ୍ରସାଦ ସେବନ କରିଥିଲେ।
ତ୍ରୀଦିବସୀୟ ଆଧ୍ୟାତ୍ମିକ କଥାମୃତ ରାସ ପଞ୍ଚାଧ୍ୟାୟୀ ସମାପିତ
