ଯାଜପୁର,୨୦/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର): ଡୁମାଣୀ ଖବର ପଞ୍ଚମ ସ୍ୱ ନକ୍ଷତ୍ର ଦିବସ ଅବସରରେ ବୁଧବାର ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନ ରେ ଆୟୋଜିତ ବାର୍ଷିକ ପ୍ରତିଷ୍ଠା ଦିବସରେ ବରୀ ର ଜଣାଶୁଣା ସମାଜସେବୀ ଓ ଯୁବ ସଂଗଠକ ଶ୍ରୀ ଅଶୋକ କୁମାର ବେହେରା ଙ୍କୁ ତାଙ୍କର ବିଭିନ୍ନ ସାମାଜିକ ସେବା ଓ ସାଂଗଠନିକ ଦକ୍ଷତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଅଛି ।
ଡୁମାଣୀ ଖବର ର ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ , ଓଡ଼ିଶାର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଆଶୁ କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ପ୍ରତିଦିନ ଖବର ର ମୁଖ୍ୟ ଶ୍ରୀ ସୁଧିର କୁମାର ପଣ୍ଡା ,ବିଜେପି ର ପୂର୍ବତନ ମୁଖପାତ୍ର ସଜନ ଶର୍ମା , ବିଶିଷ୍ଟ ସାମ୍ବାଦିକ ରବି ଦାସ ଙ୍କ ସମେତ ଅନ୍ୟ ଅତିଥିମାନଙ୍କ ଦ୍ଵାରା ସେ ସମ୍ମାନିତ ହୋଇଥିଲେ ।
