ଗୋଟିଏ ପୋର୍ଟାଲରେ ରହିବ ସମସ୍ତ ଡିବିଟି ସ୍କିମ

ଭୁବନେଶ୍ୱର,୨୬/୦୬/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବିଭିନ୍ନ ବିଭାଗ ଅଧୀନରେ ଚାଲିଥିବା ଡିବିଟି ଯୋଜନାକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି  । ଏଗୁଡ଼ିକୁ ଭାରତ ପୋର୍ଟାଲ ସହ ଯୋଡ଼ିବାକୁ କୁହାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟ ସରକାର ମୋଟ୍ ୧୫୪ଟି ଡିବିଟି ଯୋଜନା କାର୍ଯ୍ୟକାରୀ କରୁଛନ୍ତି  । ୨୦୨୪ ନଭେମ୍ବର ୧୪ ସୁଦ୍ଧା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ପୋର୍ଟାଲରେ ଯୋଡିବାକୁ ନିର୍ଦ୍ଧେଶ ଦିଆଯାଇଥିଲା  । ହେଲେ ୭୭ଟି ଯୋଜନା ଭାରତ ପୋର୍ଟାଲ ସହ ସଂଯୋଗ ହୋଇଛି  ।

ତେଣୁ ବଳକା ୭୭ଟି ଯୋଜନା ତୁରନ୍ତ ଯୋଡ଼ିବାକୁ ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି  । ରାଜ୍ୟରେ ଚାଲିଥିବା ଲୋକାଭିମୁଖୀ ଯୋଜନା ସହ ହିତାଧିକାରୀଙ୍କ ଆକାଉନ୍ଟକୁ ସିଧାସଳଖ ଯାଉଥିବା ସମସ୍ତ ଯୋଜନାଗୁଡିକୁ ଏକତ୍ର କରାଯାଉଛି  । ଏହାଦ୍ୱାରା ହିତାଧିକାରୀ ଗୋଟିଏ ସ୍ଥାନରୁ ସବୁ ଯୋଜନା ବିଷୟରେ ଅବଗତ ହେବେ । ସରକାରୀ ଯୋଜନାରେ ଆଉ ବାଟମାରଣା ହେବନାହିଁ ।

ପ୍ରକୃତ ହିତାଧିକାରୀ ଲାଭାନ୍ୱିତ ହେବେ ଓ ସ୍ୱଚ୍ଛତା ବଢ଼ିବ । ଯୋଜନାଗୁଡିକ ଭାରତ ପୋର୍ଟାଲରେ ଅପଲୋଡ ହୋଇଯିବା ପରେ ଏହି ପୋର୍ଟାଲକୁ ଜନସାଧାରଣ ଦେଖିପାରିବେ ଏବଂ ଯୋଜନା ସମ୍ପର୍କେର ଜାଣିପାରିବେ । ନୂଆ ସରକାର ଆସିବା ପର ନୂଆ ନୂଆ ଯୋଜନା ଆରମ୍ଭ ହେଉଛି । ବିଶେଷ କରି ଯୋଜନାଗୁଡ଼ିକର ସ୍ୱଚ୍ଛତା ଆଣିବାକୁ ମୋହନ ସରକାର ପ୍ରୟାସ କରୁଛନ୍ତି ।

Leave a Reply

Your email address will not be published. Required fields are marked *