କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରତ୍ନଗିରି ରେ ପଣା ଓ ଥଣ୍ଡା ଜଳ  ବଣ୍ଟନ  ।

ଯାଜପୁର, ୧୪/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ,କମ୍ପଗଡ ପକ୍ଷରୁ ଆଜି ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତୀ ଉପଲକ୍ଷେ ରତ୍ନଗିରି ଠାରେ ଏକ ଥଣ୍ଡା ପାନୀୟ ଓ ପଣା ସେବା କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଅନୁଷ୍ଠାନ ପ୍ରତିଷ୍ଠାତା  ତଥା ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ଦିବ୍ୟପ୍ରକାଶ ସାହୁ ଙ୍କ  ତତ୍ତ୍ୱାବଧାନ ରେ ମନୋରଂଜନ ସାମଲ ,ନିରଞ୍ଜନ ସାହୁ , ସ୍ମୃତିରଞ୍ଜନ ସାହୁ , ଗୌରାଙ୍ଗ ସାହୁ , ବିଶ୍ୱଜିତ୍ ସାହୁ ଙ୍କ ସହ ଟ୍ରଷ୍ଟ ର ଅନ୍ୟ ସଦସ୍ୟ ଯୋଗ ଦେଇ ସମସ୍ତ ବାଟୋଇ , ଗାଡ଼ି ଚାଳକ , ରତ୍ନଗିରି କୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଦହି ପଣା , ଥଣ୍ଡା ପାଣି ବୋତଲ ଆଦି ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା  ସୂଚନା ଅନୁଯାୟୀ ଏହି ଟ୍ରଷ୍ଟ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟ କରି ବେଶ ଲୋକପ୍ରିୟ ହୋଇପାରିଛି  ଆଗାମୀ ଦିନରେ ଆହୁରି ଅନେକ ସାମାଜିକ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ହେବାର ଲକ୍ଷ ଟ୍ରଷ୍ଟ ରଖିଥିବା ଶ୍ରୀ ସାହୁ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ୨୪ ନଂ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ  , ଅମଠପୁର ସରପଂଚ ଚିତ୍ତରଞ୍ଜନ ପୃଷ୍ଟି , ରତ୍ନଗିରି ପୁର୍ବତନ ସରପଂଚ ଅଶୋକ ଜେନା  ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଏହି ମହତ୍ କାର୍ଯ୍ୟ ପାଇଁ ସାଧୁବାଦ ଓ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *