କଟକ ସଦର, ୧୦/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ବିଜେପି ନେତା, କଟକ ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ତଥା ଆୟତପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଟୁଟୁ ଓରଫ ଗୋକୁଳ ପ୍ରଧାନ(୬୨)ଙ୍କୁ ଗତ ୮ ତାରିଖ ରାତିରେ କନ୍ଦରପୁର ଥାନା ପଛପଟ ତାଳଦଣ୍ଡା କେନାଲ ବ୍ରିଜ୍ ତଳେ ଅଜଣା ଯୁବକମାନେ ନିର୍ଦ୍ଧୁମ ଅନ୍ଧାରୀ ମାଡ଼ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
ମାଡ଼ରେ ଖଣ୍ଡିଆ ଖାବରା ହୋଇଥିଵା ଏବଂ ‘ଆମେ ଭାଇର ଲୋକ’ ବୋଲି ଆକ୍ରମଣକାରୀ ମାନେ କହିଥିବା ଏତଲାରେ ଟୁଟୁ ଉଲ୍ଲେଖ କରିଛନ୍ତି। ତେବେ ଅଭିଯୋଗ ଉପରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି।
