ଶତାୟୁ ମହିଳାଙ୍କ ପରଲୋକ

ଭୁବନେଶ୍ୱର,୨୮/୧୨/୨୦୨୪ (ଓଡ଼ିଶା ସମାଚାର)- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଂଚାୟତସ୍ଥିତ ଗଣ୍ଡରପୁର ଗ୍ରାମର ବର୍ଷିୟାନ ମହିଳା ଶରତ କୁଅଁରଙ୍କର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ମୃତୁ୍ୟବରଣ କରିଛନ୍ତି । ମୃତୁ୍ୟବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା । ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣା ମହିଳା ଥିଲେ । ମୃତୁ୍ୟ ପର୍ଯ୍ୟନ୍ତ ସେ ସଦାସର୍ବଦା ଚଳଚଂଚଳ ଥିଲେ ଏବଂ ଛୋଟ ପିଲାମାନଙ୍କୁ ତାଙ୍କ ଜୀବନର ବିଭିନ୍ନ ଘଟଣାବଳୀ ଏବଂ ଅଭିଜ୍ଞତା ସମ୍ପର୍କରେ ଗପ ମାଧ୍ୟମରେ ଶିକ୍ଷା ଦେଉଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ଦୁଇପୁତ୍ର ଆର୍ତତ୍ରାଣ କୁଅଁର ଓ ଶିବପ୍ରସାଦ କୁଅଁର ଏବଂ ଦୁଇଝିଅ ବିଷ୍ଣୁପି୍ରୟା କୁଅଁର ଓ ଉର୍ମିଳା କୁଅଁର ଏବଂ ବୋହୁ ପଙ୍କଜିନୀ ମହାନ୍ତି ଓ ବିଜୟଲକ୍ଷ୍ମୀ ମହାନ୍ତି, ନାତି ନାତୁଣି ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟୋଷ୍ଠପତ୍ର ଆର୍ତତ୍ରାଣ ମୁଖାଗ୍ନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *