ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୨୭/୧୨/୨୦୨୪ (ଓଡ଼ିଶା ସମାଚାର)- ଦେଶ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଦୂରଦ୍ରଷ୍ଟା ରାଷ୍ଟ୍ରନେତାଙ୍କୁ ହରାଇଲା । ସେ ଆଉ କେହି ନୁହଁନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ । ମନରେଗା ଠାରୁ ଆରମ୍ଭ କରି ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜଳ ପରିମଳ ମିଶନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ସର୍ବ ଶିକ୍ଷା ଅଭିଯାନ, ଖାଦ୍ୟ ସୁରକ୍ଷା ଆଇନ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ଏଫଡିଆଇ ତଥା ମୁକ୍ତ ଅର୍ଥନୀତି ଯାଏ ଦେଶର ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଅନେକ ଅବଦାନ ରଖିଥିବା ଏହି ରାଷ୍ଟ୍ରନାୟକଙ୍କୁ କୋଟି କୋଟି ପ୍ରଣାମ । ତାଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି । ତାଙ୍କ ସାଧୁତା, ସଚ୍ଚୋଟତା, ମୂଲ୍ୟବୋଧ ରାଜନୀତି, ସକରାତ୍ମକ ବିଚାରଧାରା ତଥା ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଏ ଜାତିର ଉତରପୀଢିକୁ ଉଦବୃଦ୍ଧ କରିବ । ସେ କମ କଥା ଓ ଅଧିକ କାମର ବିଶ୍ୱାସୀ ଥିଲେ । ସଂସଦୀୟ ଗଣତନ୍ତ୍ରର ମୂଳ କଥା ସମାଲୋଚନା ପ୍ରତି ସହାନୁଭୂତି ଶୀଳତାର ସେ ଥିଲେ ସବୁଠାରୁ ବଡ଼ ପରିଚୟ । ଅନ୍ୟ ପକ୍ଷରେ ସେ ନିଷ୍ପତିରେ ଦୃଢ଼ ଥିଲେ । ପ୍ରୟାତ ନେତାଙ୍କ ପ୍ରତି ଏକ ଶୋକାକୁଳ ପରିବେଶରେ ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ନିକଟରେ ତାଙ୍କ ତୈଳ ଚିତ୍ରରେ ଶୋକାଞ୍ଜଳି ଅର୍ପଣ କରାଯାଇଥିଲା । ତାଙ୍କ ଉଦେଶ୍ୟରେ ଦୀପ ଦାନ କରାଯିବା ସହିତ ଦୁଇ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ(ଏମ୍) ଜିଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ପୂର୍ବତନ ନଗର ପାଳ ମହମ୍ମଦ ଆକବର ଅଲି, ପ୍ରଦୀପ କୁମାର ମହାନ୍ତି, ଫକୀର ଚରଣ ଖଟୁଆ, ସଞ୍ଜୟ ରାଉତ, ସୟଦ ଅବଦୁଲ ସତାର, ନଳିନୀ ବିହାରୀ ମହାନ୍ତି, ସେକ ଆନସ, ସେକ ଅନବର, ଉମେଶ ପାଢି, ରାଜେଶ ଓଝା, ଭ୍ରମରବର ରାଉତ, ହରିଶ ପଟ୍ଟନାୟକ, ବିଧୁ ଭୂଷଣ ମହାପାତ୍ର, ଧରଣୀଧର ସୁଆର, ହିମାଂଶୁ ନନ୍ଦ, ପ୍ରଦୀପ ରାଉତ ରଞ୍ଜନ ରାଉତ, ସେକ କାଲା, ସେକ ଆନଶ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *