ସମ୍ବଲପୁର,୨୭/୦୯/୨୦୨୫(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ମାତ୍ର ୬ଟି ଗେଟ୍ ଖୋଲା ରହିଛି । ହୀରାକୁଦ ଜଳ ଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ଆଜି ଶନିବାର ସକାଳେ ୪ ଟି ଗେଟ୍ ବନ୍ଦ କରାଯାଇଥିବାବେଳେ ମଧ୍ୟାହ୍ନରେ ଆଉ ୬ ଟି ଗେଟ୍ ବନ୍ଦ କରାଯାଇଥିଲା । ପୁଣି ଅପରାହ୍ନରେ ଆଉ ୪ ଟି ଗେଟ୍ ବନ୍ଦ କରି ଦିଆଯାଇଛି । ଫଳରେ ସନ୍ଧ୍ୟା ରେ ମାତ୍ର ୬ ଟି ଗେଟ୍ ଖୋଲା ରହିଥିଲା । ବର୍ତମାନ ମାତ୍ର ୬ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି।
ହୀରାକୁଦ ଜଳ ଭଣ୍ଡାରର ଆଉ ମାତ୍ର ୬ଟି ଗେଟ୍ ଖୋଲା
