କେନ୍ଦ୍ରାପଡ଼ା,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ସର୍ବ ଜନପ୍ରିୟ ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ନାମରେ ନାମିତ ଟ୍ରଷ୍ଟ ପକ୍ଷରୁ ଅସହାୟମାନଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଛି । ଗରାପୁରସ୍ଥିତ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଶକ୍ତିସଦନର ଅନ୍ତେବାସୀମାନଙ୍କୁ ରବିବାର ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଏହି କମ୍ବଳ ପ୍ରଦାନ କରାଯାଇଛି । 
ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର ତଥା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁଜିତ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ତେବାସୀମାନଙ୍କୁ କମ୍ବଳ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଗୌତମ ପଟ୍ଟନାୟକ, ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ରେସୱା ନିର୍ଦ୍ଧେଶକ ସେକ ଲିଆକତ ହୋସେନ, ଶକ୍ତିସଦନ ଅଧ୍ୟକ୍ଷା ମିନତୀ ମହାରଣା, ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
