ଅଦିନିଆ ବର୍ଷାରେଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି, ତୁରନ୍ତ ରାଜ୍ୟ ସରକାର ତଦନ୍ତ କରି କ୍ଷତି ପୂରଣ ଦାବିରେ ଚାଷୀ

ଗୋଲାମୁଣ୍ଡା ୨୭/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଚାଷ କାମ ଯାହାର କେତେ ଦୁଃଖ ତାହାର । ଏଭଳି ଦୁଃଖ ଦୂର ହେବ କେବେ ? ଅଦିନିଆ ବର୍ଷା ରେ ମଣ୍ଡିରେ ଭିଜି ଯାଇଛି ଚାଷୀଙ୍କ ଧାନ । ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ । ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ପଲିଥିନରେ ପଡି ରହିଛି ହଜାର ହଜାର କୁଇଣ୍ଟାଲ ଧାନ । ଅମଳ କରି ବିକ୍ରୟ ସମୟରେ ଚାଷୀଙ୍କୁ ଶକ୍ତଧକା ପଡିଛି । ଅଦିନିଆ ବର୍ଷା ରେ ଭିଜି ଯାଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ଚିନ୍ତା ଓ ମାନସିକ ଅଶାନ୍ତି ଭାରା ଦୋହଲାଇ ଦେଇଛି ଚାଷୀଙ୍କ ମୁଣ୍ଡ । କେତେକ ମଣ୍ଡିରେ ପାଣି ଜମା ହୋଇ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଭିଜା ଧାନ ଘରକୁ ନେବେ ନା ମିଲରସ୍ ନେବ ତାହା ଚାଷୀ ସନ୍ଦେହ ଘେରରେ । ସ୍ଵୟଂ ସହାୟକ ଗୋଷ୍ଠୀ , ମିଲରସ ଓ ଏଜେଣ୍ଟ ଙ୍କ କଟନି ଛଟନିର ଶିକାର ହେବେ ନାହିଁ ତ ? ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ଗୋଲାମୁଣ୍ଡା ବ୍ଲକ, ଧର୍ମଗଡ଼ ଓ ଜୁନାଗଡ ବ୍ଲକକୁ ନେଇ ଗଠିତ ହୋଇଛି । ଗୋଲାମୁଣ୍ଡା ବ୍ଲକରେ ୧୭ଟି ମଣ୍ଡି ଥିବା ବେଳେ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇ ଥିବା ବେଳେ ବାକି ୧୬ଟି ମଣ୍ଡିର ପ୍ୟାକ୍ସ ଧାନ କ୍ରୟ କରୁ ଥିବା ଜଣା ପଡ଼ିଛି । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ପ୍ରତିଶତର ଟିକସ ନେଇ ଥାନ୍ତି । ହେଲେ ଦୁର୍ଭାଗ୍ୟ ବଶତଃ ଯେ କେତେକ ମଣ୍ଡିରେ ସେଡ ନାହି, ଚାଷୀ ଶୀତ ବର୍ଷା ରେ ଦିନ ଦିନ ଧରି ଧାନକୁ ଜଗି ବସିଥାନ୍ତି । ତାହାର ସତ୍ୟତା ଚିତ୍ର ଦେଖିବାକୁ ମିଳିଛି ଦଶପୁର ଧାନମଣ୍ଡି, ରେଙ୍ଗସା ପାଳି, ଚେରଗାଁ, ଫରଙ୍ଗ, ଖଳିଆ ପାଲି ଇତ୍ୟାଦି ମଣ୍ଡିରେ । ଖୋଲା ଆକାଶ ତଳେ ପଲିଥିନ ତଳେ ପଡ଼ି ରହିଛି ହଜାର ହଜାର ଧାନ ବୋରା । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ଭଳି କାନ୍ଦୁଥିବା ରାଜନେତା, ଚାଷୀ ନେତା, ଓ ନିର୍ବାଚିତ ପ୍ରତିନିଧି ଠାରୁ ପ୍ରଶାସନ ମାନେ ମଧ୍ୟ । ଯାହା ଫଳରେ ଚାଷୀ ଆଜି ବି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଦୀର୍ଘ ଦିନ ଧରି କ୍ଷମତା ଭୋଗ କରି ଥିବା ତତ୍କାଳୀନ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନ ଥିବା ବେଳେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଚାଷୀଙ୍କ ପ୍ରତି କି ପଦକ୍ଷେପ ନେଉଛନ୍ତି ଓ କ୍ଷତି ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *