ଗୋଲାମୁଣ୍ଡା ୨୭/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଉତ୍ସବ ନିମନ୍ତେ ଆଜି ଗୋଲାମୁଣ୍ଡା ବ୍ଲକ ସଭା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏ ସଂପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ ନାଏକ, ବିଇଓ ଭାବନି ଶଙ୍କର ଯୋଷୀ, ପ୍ରଦୀପ ମିଶ୍ର ଓ ଦଶପୁର ସମିତି ସଭ୍ୟ ଦୂର୍ଗା ସାହୁ ପ୍ରମୁଖ ମଞ୍ଚରେ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ରୁ ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ପିଇଓ ଏବଂ ପୋଲିସ ଅଧିକାରୀ, କୃଷି ଅଧିକାରୀ, ସିଡ଼ିପିଓ ସ୍ଵାସ୍ଥ୍ୟ ବିଭାଗ, ବନ ବିଭାଗ ଓ ଅନ୍ୟାନ୍ୟ କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଥିବା ବେଳେ ଆସନ୍ତା ନବ ବର୍ଷ ୨୦୨୫ ଜାନୁୟାରୀ ୧୦,୧୧,୧୨ ତାରିଖ ତିନି ଦିନ ଧରି ଗୋଲାମୁଣ୍ଡା ବ୍ଲକ ପରିସରରେ କଳାହାଣ୍ଡି ଉତ୍ସବ – ଘୁମୁରା ୨୦୨୫ ଅନୁଷ୍ଠିତ ହେବ ବୋଲି ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା ବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଗୃହରେ ଘୋଷଣା କରି ଥିଲେ।
ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ନିମନ୍ତେ ପ୍ରସ୍ତୁତି ବୈଠକ
