ଆଦି ନାଟ୍ୟକାର ଜଗନମୋହନ ଲାଲା ଙ୍କ ଶ୍ରାଦ୍ଧ ଉତ୍ସବ

ମାହାଙ୍ଗା,୨୭/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ଓଡ଼ିଆ ନାଟ୍ୟ ଜଗତରେ ପ୍ରଥମ ଓଡ଼ିଆ ନାଟକ ର ଆଦି ସ୍ରଷ୍ଟା ଜଗନମୋହନ ଲାଲା ଙ୍କ ୧୧୧ ତମ ଶ୍ରାଦ୍ଧ ଉତ୍ସବ ଜନ୍ମପୀଠ ମାହାଙ୍ଗା ର ପଦନଦାସପୁର ଠାରେ ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଗୁରୁବାର ପ୍ରତ୍ୟୁଷରେ ମାହାଙ୍ଗା ଥାନା ନିକଟରେ ପ୍ରତିଷ୍ଠିତ ପୂର୍ଣାଙ୍ଗ ମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ତାହା ପରେ ମାହାଙ୍ଗା ମେଡିକାଲ ଛକ ନିକଟରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ମଞ୍ଚ ର ସଭାପତି ଡଃ ଭାବଗ୍ରାହୀ ରାଉତ ଙ୍କ ସଭାପତିତ୍ବରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରବାଦ ପୁରୁଷ ପାଶ୍ଚାତ୍ୟ ଶିକ୍ଷାରେ ଦୀକ୍ଷିତ ହୋଇ ତାଙ୍କର ପ୍ରତ୍ୟେକ ସ୍ରୁଷ୍ଟି ମଧ୍ୟରେ ଭବିଷ୍ୟତର ବାର୍ତ୍ତା ଓ ସତ୍ୟ ପ୍ରକଟିତ କରିଛନ୍ତି । ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେବା ସହ ନବଜାଗରଣର ବାର୍ତ୍ତାବହ ଭାବେ ନୂତନ ଓଡ଼ିଶା ଗଠନ, ଓଡ଼ିଆ ଜାତି, ଭାଷା, ସାହିତ୍ୟ, ସଂସ୍କୃତି ର ସୁରକ୍ଷା ଏବଂ ବିକାଶ ରେ ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ହ୍ରୁଶିକେଶ ଲାଲ୍, ନିରଞ୍ଜନ ମହାନ୍ତି, ରଜନୀକାନ୍ତ ପରିଡ଼ା, ତପନ କୁମାର ସିଂହ, କାଳୁ ସିଂହ, ବିଜୟ କୁମାର ଜେନା, ବିରଞ୍ଚି ମହାନ୍ତି, ଜଗନ୍ନାଥ ମହାନ୍ତି, ଠାକୁର ପ୍ରସାଦ ଲାଲ୍, କେଶବ ସିଂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭବାନୀ ପ୍ରସାଦ ଲାଲ୍ ସ୍ବାଗତ ଭାଷଣ ଓ ଗୁରୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *