ଯାଜପୁର,୨୭/୧୨/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଂଚାୟତ ର କଳସପୁର ଗ୍ରାମ ରେ କୈଳାଶ ଶରଣ ସ୍ମୃତି ପରିଷଦ ପକ୍ଷରୁ ସ୍ମୃତି ଚାରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଳାକାର ପରେଶ ମହାନ୍ତି ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ କୈଳାଶ ଶରଣଙ୍କ କଳାକାର ଜୀବନ ବିଷୟ ରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଗାୟକ କଳ୍ପଶ୍ରି ,ତତ୍ତ୍ଵ ବିଶାରଦ ପଣ୍ଡିତ ଦିଲ୍ଲୀପ କୁମାର ଦାସ ଯୋଗ ଦେଇ ଜଣେ କଳାକାର ସବୁବେଳେ ଅମର ରହେ।ତାର ମୃତ୍ୟୁ ଘଟେନା। ଶରଣ ଙ୍କ ଜୀବନ ଚର୍ଯ୍ୟା , କଳାକାର ଜୀବନ ର ସଂଘର୍ଷ , ଉତ୍ଥାନ, ପତନ ସମ୍ବଦ୍ଧ୍ ରେ ନିଜ ଭାଷଣ ରେ କହିଥିଲେ। ବିଶିଷ୍ଟ ଲେଖିକା ତଥା ଶିକ୍ଷୟିତ୍ରୀ ପଦ୍ମଜା ଶରଣ ନିଜ ବକ୍ତବ୍ୟ ରେ କୈଳାଶ ଶରଣ ଙ୍କ ପାଲା ସଙ୍ଗୀତ ଓ କୀର୍ତ୍ତନ ଗୁରୁ ବିଷୟ ରେ ଆଲୋକପାତ କରିଥିଲେ। ତାଙ୍କ ଦ୍ବାରା ଗଠନ ହୋଇଥିବା କୀର୍ତ୍ତନ ମଣ୍ଡଳୀ ର ଉନ୍ନତି ଓ ଦୀର୍ଘ ସ୍ଥାୟୀ କାମନା କରିଥିଲେ। ଏହି ଅବସରରେ ପାଲା ଗାୟକ ପଣ୍ଡିତ ଦିଲ୍ଲୀପ କୁମାର ଦାସ, ବରିଷ୍ଠ କଳାକାର ଭାଗିରଥି ରଣା, ସଙ୍ଗୀତଜ୍ଞ ଉପେନ୍ଦ୍ର ବିନ୍ଧାଣି ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଯାଜପୁର ବ୍ଲକ କଳାକାର ସଂଘ ର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶେଷ ରେ ବାୟକ ମହେଶ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ କୈଳାଶ ଚନ୍ଦ୍ର ଶରଣ ଓଡିଶା ର ସୁନାମଧନ୍ୟ ତଥା ବିଖ୍ୟାତ ପାଲା ଗାୟକ ସୁଧାକର ପରମାନନ୍ଦ ଶରଣ ଙ୍କ ପୁତ୍ର ଓ ସାମ୍ବାଦିକ ବିପ୍ଲବ ବିଜୟ ପଣ୍ଡା ଓ ସମର ବିଜୟ ଶରଣ ଙ୍କ ପିତା।
