ସର୍ବପୁରାତନ କନ୍ଦରପୁର ବଜାରର ଅସ୍ଥାୟୀ ଦୋକାନୀଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ଦାବି ଜଣାଇଲା ‘ କଟକ ସଦର ଵିଚାର ମଞ୍ଚ ‘

କଟକ ସଦର,୨୬/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ ସର୍ବପୁରାତନ କନ୍ଦରପୁର ବଜାରରେ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଵା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଜୀବନ ଜୀବିକା ଉପରେ କୁଠାରାଘାତ ହେବାକୁ ଯାଉଥିବାରୁ କ୍ଷତିଗ୍ରସ୍ତ ହେବାକୁ ଥିବା କ୍ଷୁଦ୍ର ବ୍ୟବସାୟୀ ଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ଥଇଥାନର ଵ୍ୟଵ୍ୟସ୍ଥା କରିବାକୁ ଆଜି (ଗୁରୁବାର ଦିନ) ‘କଟକ ସଦର ଵିଚାର ମଞ୍ଚ’ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସଦର ତହସିଲଦାର ସୁଜୟ କୁମାର ପତିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବିକୁ ସହୃଦୟତାର ସହ ଗ୍ରହଣ କରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ତହସିଲଦାର ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଏଥିରେ ସାମ୍ବାଦିକ ସର୍ବେଶ୍ଵର ମିଶ୍ର ଙ୍କ ସମେତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ପ୍ରତିନିଧି ମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *