କଟକ ସଦର ବିଜେଡ଼ି ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ପାଳନ 

କଟକ ସଦର,୨୬/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):  ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଵେ ବିରୋଧୀ ଦଳ ଭାବେ ରହିଥିବା ବିଜୁ ଜନତା ଦଳ ଆଜି (ଗୁରୁବାର ଦିନ) ସାରା ରାଜ୍ୟରେ ତା’ର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ କଟକ ସଦର ବିଜେଡ଼ି ପକ୍ଷରୁ ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ରଙ୍କ ସଭାପତିତ୍ବରେ କଟକ ମହାନଗର ନିଗମ(ସିଏମସି) ୫୮ ନମ୍ବର ୱାର୍ଡ ଗୋପାଳପୁର ଶ୍ରୀକୋରୁଆ ସମ୍ବିତ ସେଲିଵ୍ରେସନ ଠାରେ ପ୍ରତିଷ୍ଠାତା ଦିବସ ଧୁମଧାମରେ ପାଳନ କରାଯାଇଛି। ଏଥିରେ କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଯୋଗଦେଇ ଆଗାମୀ ଦିନ ପାଇଁ ଦଳକୁ ମଜବୁତ କରି ଗଢ଼ି ତୋଳିବାକୁ ଉପସ୍ଥିତ କର୍ମୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ପୂର୍ଣ୍ଣିମା ସ୍ୱ।ଇଁ ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱ।ଇଁ, ପୂର୍ବତନ କର୍ପୋରେଟର ସଂଜୟ ବରାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୀବନ କୃଷ୍ଣ ସାମନ୍ତରାୟ, ମନୋରଞ୍ଜନ ମହାପାତ୍ର, ବିଭୁତି ଭୁଷଣ ପରିଡ଼ା,ଶରତ ରାୟ,ସମର ବେହେରା, ରଜନୀକାନ୍ତ ସାହୁ, ସୂଦର୍ଶନ ଜେନା, ହିମାଂଶୁ ଦାସ, ପ୍ରକାଶ ମାଝି ପ୍ରମୁଖ ବହୁ ଆଗଧାଡିର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ସେହିପରି କିଶନନଗର ବିଜୁ ସେତୁ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ କଟକ ସଦରର ବରିଷ୍ଠ ବିଜେଡି ଯୁବ ନେତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ପଞ୍ଚାୟତ ସଭାପତି ଭବାନୀ ଶଙ୍କର ରାୟ, କାର୍ଯ୍ୟକାରୀ ସଭାପତି ଗଗନ ମହାପାତ୍ର, ପ୍ରଶାନ୍ତ ଦାସ,ବିଜୟ ମଲ୍ଲିକ, ସୁରେଶ ବିଶୋଇ, ପୂର୍ବତନ ସରପଂଚ କମଳାକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *