କେନ୍ଦ୍ରାପଡ଼ା, ୨୫/୧୨/୨୦୨୪ (ଓଡ଼ିଶା ସମାଚାର)- ଭୁଲ ଇେଞ୍ଜକସନ ଯୋଗୁଁ ଜଣେ ନାବାଳକର ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲାର ରାଜନଗର ଥାନା ଅନ୍ତର୍ଗତ କୃଷ୍ଣନଗର ଗ୍ରାମପଂଚାୟତର ଶୈଳେନ୍ଦ୍ରନଗର ଗ୍ରାମର ରାଜୁ ଜେନାଙ୍କ ୧୧ବର୍ଷର ପୁଅ । ରାଜୁଙ୍କ ପୁଅକୁ ଜର ହୋଇଥିବାରୁ ତାକୁ ନେଇ ରାଜୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । କିନ୍ତୁ ସେଠାରେ ପୁଅର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ରାଜୁ ପୁଅକୁ କେନ୍ଦ୍ରାପଡା ସହରର ଶିଶୁ ରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ରଙ୍କ କ୍ଲିନିକକୁ ନେଇଥିଲେ । ଡା. ମିଶ୍ର ରାଜୁଙ୍କ ପୁଅକୁ ପରୀକ୍ଷା ନିରିକ୍ଷା କରିବା ପରେ ଏକ ଇେଞ୍ଜକସନ ଲେଖିଦେବା ସହ ନିକଟସ୍ଥ ଔଷଧ ଦୋକାନରୁ ସେହି ଇେଞ୍ଜକସନ ଆଣିବାକୁ କହିଥିଲେ । ଡା. ମିଶ୍ରଙ୍କ ପରାମର୍ଶ କ୍ରମେ ରାଜୁ ଔଷଧ ଆଣିବା ପରେ ଡା. ମିଶ୍ର ରାଜୁଙ୍କ ପୁଅକୁ ସେହି ଇେଞ୍ଜକସନଟି ଦେଇଥିଲେ । ଏହାର କିଛି ସମୟ ପରେ ରାଜୁଙ୍କ ପୁଅର ମୃତୁ୍ୟ ହୋଇଯାଇଥିଲା । ଏକଜଥା ଜାଣି ପାରି ଡା. ମିଶ୍ର ରାଜୁଙ୍କ ପୁଅକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ରାଜୁ ତାଙ୍କ ପୁଅକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିବା ପରେ ଡାକ୍ତର ତାଙ୍କ ପୁଅକୁ ମୃତୁ୍ୟ ଘୋଷଣା କରିଥିଲେ । ଭୁଲ ଇେଞ୍ଜକସନ ଯୋଗୁଁ ପୁଅର ମୃତୁ୍ୟ ଘଟିଲା ବୋଲି ରାଜୁ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏସଂକ୍ରାନ୍ତରେ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚାଲିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସଂକ୍ରାନ୍ତରେ ଡାକ୍ତର କିଶୋର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରୋଗୀକୁ ନିମୋନିଆ ଜ୍ୱର ହୋଇଥିଲା । ସେହି ଅନୁଯାୟୀ ଇେଞ୍ଜକସନ ଦିଆଯାଇଥିଲା । ଭୁଲ ଇେଞ୍ଜକସନ ଦିଆଯାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।