କେନ୍ଦ୍ରାପଡ଼ା, ୨୫/୧୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର କେଶପୁର ବଜାରରେ ଥିବା ସମୀର ଟିଭିଏସ୍ ର୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଡକ ସୁରକ୍ଷା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ଜନସାଧାରଣଙ୍କୁ ଗାଡି ଚଳେଇବା ବେଳେ ହେଲମେଟ୍ ପିନ୍ଧନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ଆହ୍ୱାନ ଦିଆଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ ଓ ସମ୍ମାନୀତ ଅତିଥି ଭାବେ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଦିଲ୍ଲିପ କୁମାର ସାହୁ ଓ ସମୀର ଟିଭିଏସ୍ ମୁଖ୍ୟ ସମୀର କୁମାର ଚାନ୍ଦ ପ୍ରମୁଖ ଯୋଗଦେଇ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥିମାନେ ଜନସାଧାରଣଙ୍କୁ ଦୁଇଚକିଆ ଗାଡି ଚଳେଇବା ବେଳେ ସର୍ବଦା ହେଲ୍ମେଟ୍ ପିନ୍ଧନ୍ତୁ ବୋଲି କହି ସଚେତନ କରାଇଥିଲେ । ଏହି ବାର୍ଷିକ ଉତ୍ସବରେ ୨୦ଜଣ ଗ୍ରାହକ ଓ ୨୦ଜଣ ମେକାନିକ୍ ଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଗଜଲକ୍ଷ୍ମୀ ପୂଜା ସମୟରେ ମଧ୍ୟ ଲକି ଡ୍ର କରାଯାଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମୀର ମୋଟର୍ସର ପ୍ରୋପାଇଟର ସମୀର କୁମାର ଚାନ୍ଦ କେନ୍ଦ୍ରାପଡା ଜିଲାର ପ୍ରତ୍ୟେକ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ ଦୁଇଚକିଆ ଗାଡି ଚଳାଇବା ବେଳେ ସର୍ବଦା ହେଲମେଟ୍ ବ୍ୟବହାର କରନ୍ତୁ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳକ ଲକ୍ଷ୍ମୀକାନ୍ତ ବେହେରା, କ୍ଷିତିଶ କୁମାର କର, ଅନିଜା ଜେନା, ସମାପ୍ତି ବେହେରା, ସୁବାଷ ଚନ୍ଦ୍ର ସ୍ୱାଇଁ, ଶୁଭ୍ରଶ୍ରୀ ନାୟକ, ଦୀପକ ସାମଲ ପ୍ରମୁଖ ସହଯୋଗ କରିଥିଲେ ।
ସମୀର ଟିଭିଏସର ବାର୍ଷିକ ଉତ୍ସବରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା
