Breaking News : ଗଞ୍ଜାମରେ ପୁଲିସ ର ଏନକାଉଣ୍ଟର – ଦୁର୍ଦାନ୍ତ ଅପରାଧୀ କାଳିଆ ଆହତ

ବ୍ରହ୍ମପୁର,୨୪/୦୭/୨୦୨୬(ଓଡ଼ିଶା ସମାଚାର)- ଗଞ୍ଜାମରେ ପୁଲିସ ର ଏନକାଉଣ୍ଟର। ଏନକାଉଣ୍ଟର ରେ ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆ ଆହତ ହୋଇଛି । କାଳିଆର ଆଣ୍ଠୁରେ ଗୁଳି ବାଜିଛି । ପୁଲିସ ଗୁରୁତର କାଳିଆକୁ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ​‌ରେ ଭର୍ତ୍ତ କରିଥିବା ସୂଚନା ମିଳିଛି। 

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁଲିସ ଏନକାଉଣ୍ଟର କରିଛି। କାଳିଆର ଆଣ୍ଠୁରେ ଗୁଳି ବାଜିଛି ।

ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁମୁହିଁ ହୋଇଥିଲା କାଳିଆ। ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବ ଦେଇଥିଲା ପୁଲିସ। କାଳିଆ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା ଅଛି। ପୁରୁଷୋତ୍ତମପୁର ଥାନାର ୩ଟି ମାମଲାରେ କାଳିଆ ଫେରାର ଥିଲା ।

Leave a Reply

Your email address will not be published. Required fields are marked *