ଭୁବନେଶ୍ୱର, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)- ପୁଣି ଡ଼ରାଇଲାଣି କରୋନା । ଅନ୍ୟ ରାଜ୍ୟରେ କୋଭିଡ ର ସ୍ଥିତି କୁ ଆଖି ଆଗରେ ରଖି ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ମାନଙ୍କ କୋଭିଡ ସ୍ଥିତି ସମୀକ୍ଷା କରିବେ । ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନେଚୁରାଲ। କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି। ଆବଶ୍ୟକ ପଡିଲେ ରାଜ୍ୟ ଗାଇଡଲାଇନ ଜାରି କରି ପାରେ । ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେହିପରି ଟେଷ୍ଟ କରାଯିବ। ଏବେ ବି କରାଯାଉଛି। ରାଜ୍ୟରେ ଏବେ ଯାଏଁ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇନାହିଁ। ଯଦି ଆସେ, ଆମେ ଜିନୋମ ସିକ୍ୱେନ୍ସ ପାଇଁ ପଠାଯିବ। ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଏଣ୍ଟରେ ସିଭିଆରିଟିର କୌଣସି ସୂଚନା ନାହିଁ। ତଥାପି ସର୍ଭେଲାନ୍ସ ଜାରି ରହିଛି।
କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ରାଜ୍ୟରେ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଚି। ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ଲକ୍ଷଣ ରହୁଛି, ସେମାନେ ଆସି ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି । ତେବେ ଥଣ୍ଡା, ଜ୍ୱର ହେଲେ, ଘରୁ ବାହାରନ୍ତୁ ନାହିଁ. ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।