ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୧ ହଜାର ଲିଟର ମହୁଲ ପୋଚ ନଷ୍ଟ ଓ ୨୦ ଲିଟର ଦେଶୀ ମଦ ଜବତ ଓ ଜଣେ ଗିରଫ

 ଭୁବନ , ୧୯/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଚନ୍ଦାର, ଏକତାଳି ଓ ମୃଦଙ୍ଗା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ମଦ ପ୍ରସ୍ତୁତକାରୀ ମାନେ ଅତ୍ୟନ୍ତ ଚତୁରତା ସହିତ ମାଟି ତଳେ ଗାତ ଖୋଳି ହାଣ୍ଡି,ପ୍ଲାଷ୍ଟିକ ଜାରକିନ ରେ ମଦ ରଖିଥିବା ବେଳେ ଅବକାରୀ କର୍ମଚାରୀ ମାନେ ମାଟି ଖୋଳି ସମୁଦାୟ ୧ ହଜାର ଲିଟର ମହୁଲ ପୋଚ ନଷ୍ଟ କରିଦେଇଥିଲେ ଏବଂ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ଏକତାଳି ଗ୍ରାମର ଟିକୁ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ଅବକାରୀ କମିଶନର ନରସିଂହ ଭୋଳ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଓ ଗନ୍ଦିଆ ଅବକାରୀ ବିଭାଗ ଚଢ଼ାଉ କରିଥିଲେ ।  ଭୁବନ ଅବକାରୀ ଏସ ଆଇ ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ , କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *