ରାଉରକେଲା ଝାଡ଼ାବାନ୍ତି ର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ

ରାଉରକେଲା, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)-ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)। ରାଉରକେଲା ଝାଡାବାନ୍ତିର କାରଣ ହଇଜା ବୋଲି ମଙ୍ଗଳବାର ସାମ୍ନାକୁ ଆସିଛି। ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ନେଇ ଆର୍ଜିଏଚ୍ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି।  ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି। ଏବେ ମଧ୍ୟ ୩୦୦ ହଭ ଅଧିକ ଚିକିତ୍ସାଧୀନ ରହିଛନ୍ତି। ଆଜି ସନ୍ଧ୍ୟାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ।

Leave a Reply

Your email address will not be published. Required fields are marked *