ରାଉରକେଲା, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)-ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)। ରାଉରକେଲା ଝାଡାବାନ୍ତିର କାରଣ ହଇଜା ବୋଲି ମଙ୍ଗଳବାର ସାମ୍ନାକୁ ଆସିଛି। ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ନେଇ ଆର୍ଜିଏଚ୍ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି। ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି। ଏବେ ମଧ୍ୟ ୩୦୦ ହଭ ଅଧିକ ଚିକିତ୍ସାଧୀନ ରହିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ।
Related Posts
ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର ।
କଟକ,୮/୫/୨୦୨୪,(ଓଡ଼ିଶା ସମାଚାର) : ରାଜ୍ୟର ଅଗ୍ରଣୀ ସଂଗଠନ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଜଳଛତ୍ର ସେବା ଆରମ୍ଭ କରିଛି ।…
ସ୍ବାଧୀନତା ସଂଗ୍ରାମୀ ମୋହନ ଦାସଙ୍କ ୩୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ନିମାପଡା, ୦୧/୦୧/୨୦୨୫ (ଓଡ଼ିଶା ସମାଚାର)-ବୁଧବାର ଦିନ ମହାନ ସ୍ଵାଧୀନତା ସଂଗ୍ରାମୀ ମୋହନ ଦାସଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ନିମାପଡା ପତିତପାବନ ସେବା ସଂଘ ପରିସରରେ ପାଳିତ ହୋଇଯାଇଅଛି।…
ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,୧୯/୦୩/୨୦୨୬ (ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ କେନ୍ଦ୍ରାପଡା ସହରର ତିନିମୁହାଣିଛକ ନିକଟସ୍ଥ ଭ୍ରମରଦିଆପାଟଣା ବାସିନ୍ଦା ପ୍ରଭାକର ନାୟକଙ୍କ ୮୦ବର୍ଷ ବୟସରେ ପରଲୋକ ହୋଇଯାଇଛି ।…
