ପରିବେଶ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଖଲିକୋଟ,୨୫/୮/୨୦୨୪(ଓଡ଼ିଶା ସମାଚାର)- ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ,ଖଲିକୋଟ ଓ ଖଲିକୋଟ କଲେଜିଏଟ ଉଚ୍ଚବିଦ୍ୟାଳୟ ବ୍ରହ୍ମପୁର ମିଳିତ ଆନୁକୂଲ୍ୟରେ ପରିବେଶ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  ସ୍ଥାନୀୟ ଗୋସାଇଁ ନୂଆଗାଁ ସ୍ଥିତ ଖଲିକୋଟ ଉଚ୍ଚବିଦ୍ୟାଳୟ ପରିସରରେ ଅବଦୁଲ କଲାମ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ଶଶାଙ୍କ ଶେଖର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମାନ୍ୟବର ବିଧାୟକ କେ ଅନିଲ କୁମାର ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଶନି ଖୋକର (ଓ. ବ. ସେ.)ଖଣ୍ଡିୟ ବନ ଅଧିକାରୀ, ବ୍ରହ୍ମପୁର,ପ୍ରଶାନ୍ତ ପରମଗୁରୁ ପ୍ରଧାନ ଶିକ୍ଷକ ଶିକୁଳା, ଡ ଶଙ୍କର ନାରାୟଣ ବେଜ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା, ସମ୍ପାଦକ ପଞ୍ଚାନନ ସୁର ଉପଦେଷ୍ଟା ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହିଁ ପ୍ରମୁଖ ଯୋଗଦାନ କରିଥିଲେ  । ଉପଦେଷ୍ଟା ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହିଁ ଅତିଥି ପରିଚୟ ସହ ସଂଯୋଜନା କରିଥିବାବେଳେ ଶ୍ରୀମତୀ ଶକୁନ୍ତଳା ରାଉଳ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମାନ୍ୟବର ବିଧାୟକ ବୃକ୍ଷ ରୋପଣ ର ଶୁଭ ଆରମ୍ଭ କରି ପରିବେଶ ସଚେତନତା ଉପରେ ସୂଚନା ପ୍ରଦାନ ପୂର୍ବକ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରି ଥିବାବେଳେ,ମୁଖ୍ୟ ଅତିଥି ଶନି ଖୋକର ବନ ଅଧିକାରୀ ବ୍ରହ୍ମପୁର ବୃକ୍ଷ ହିଁ ଆମର ଜୀବନ, ଏହାର ଅଭାବ ଘଟିଲେ ପରିବେଶ ସନ୍ତୁଳନ ହରାଏ, ତେଣୁ ଆମେ ପ୍ରତ୍ୟେକେ ଏକାଧିକ ଗଛ ରୋପଣ କରିବା ଉଚିତ ବୋଲି କହିଥିଲେ। ଡ ବେଜ, ଶଶାଙ୍କ ଶେଖର ପଣ୍ଡା, ପରମଗୁରୁ, ହରେକୃଷ୍ଣ୍ଷ ପଣ୍ଡା ପ୍ରମୁଖ ବୃକ୍ଷ ସଚେତନତା ସମ୍ପର୍କରେ ଉଦବୋଧନ ଦେଇ ଛାତ୍ର ଛତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଧାୟକ ଓ ବନ ଅଧିକାରୀ ଶନିଖୋକର ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା. । ତତ ସହିତ ଖଲିକୋଟ ର ବିଶିଷ୍ଠ ପରିବେଶ ପ୍ରେମୀ କ୍ରିଷ୍ଣା କୁମାରୀ ସାମନ୍ତ, ଶ୍ରୀମତୀ ପ୍ରଭାତି କୁମାରୀ ଦାଶ,କୋଚର ହେମନ୍ତ କୁମାର ମହାରଣା ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ତଥା ପରିବେଶ ପ୍ରେମୀ ବଇଁଶୀଧର ସେଠୀ, କେ ସତ୍ୟମ ଆଚାରି, ପଦ୍ମିନୀ ମିଶ୍ର, ସରୋଜ ବାଳା ପଟନାୟକ, ମହାଦେବ ମଲିକ, ଦୀପିକା ଦାଶ, ଦଣ୍ଡପାଣି ବେହେରା, ମମତା ପାଣିଗ୍ରାହିଁ ପ୍ରମୁଖ ସହଯୋଗ କରିଥିଲେ। ଲକ୍ଷ୍ମୀ ଦାସ,ଶଶ୍ମିତା କୁମାରୀ ରାହୁଳ, ରୀନା ବେହେରା, ଶକୁନ୍ତଳା ବେହେରା, ଚିନ୍ମୟୀ କୁମାରୀ, ବାସନ୍ତୀ କୁମାରୀ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଅଧ୍ୟାପିକା ଜ୍ୟୋତ୍ସ୍ନା ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ବୃକ୍ଷ ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *