ନିଶ୍ଚିନ୍ତକୋଇଲି,୦୭/୦୭/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)- କେନ୍ଦୁପାଟଣା ଚିତ୍ରୋତ୍ପଳା ନଦୀତଟ ରେ ଅବସ୍ଥିତ ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ମାଅଷ୍ଟାଦଶଭୁଜା ଦୁର୍ଗା ଦେବୀ ଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ଶୁଭ ମାଟି ଅନୁକୂଳ କରାଯିବ । ଆଗାମୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅଗଷ୍ଟ, ୧୫ ତାରିଖ ଶୁକ୍ରବାର ଅପରାହ୍ନ, ୩ ଟା ୩୦ମିନିଟ ସମୟ ରେ ମାଟି ଅନୁକୂଳ ପାଇଁ ସମୟ ଧାର୍ୟ୍ୟ ହୋଇଅଛି ।
ଏଣୁ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି ମାଙ୍ଗଳିକ କାର୍ୟ୍ୟକ୍ରମ ରେ ଯୋଗଦାନ ପୂର୍ବକ ମାତୃକୃପା ଲାଭକରିବାକୁ ସମ୍ପାଦକ ନିରଞ୍ଜନ ଭୂୟାଁ ନିବେଦନ କରିଛନ୍ତି । ଏହି ଅନୁକୂଳ ମାଟି ମା ଖଣ୍ଡେଇସୁଣୀ ପୀଠ ସନ୍ନିକଟ ନଦୀ ପଠାରୁ ସଂଗୃହିତହେବ । ଏହି ଅବସରରେଏକ ପଟୁଆର ରେ ଭକ୍ତ ମାନେ ଯାଇ ମା ଙ୍ଗଳିକ କାର୍ୟ୍ୟକ୍ରମ ରେ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଇଛି ।
