କେନ୍ଦ୍ରାପଡ଼ା,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ୨୨ତାରିଖ ଠାରୁ ଜାନୁଆରୀ ମାସ ୫ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ରବିବାର ପୂର୍ବାହ୍ନରେ ପାଣି ପଂଚାୟତ ସଚେତନତା ରଥକୁ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁଭ ଉଦଘାଟନ କରିଛନ୍ତି । ଏହି ରଥଟି ଆଜିଠାରୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଓ ସେଚ ଅଂଚଳରେ ଥିବା ମୁଖ୍ୟ ମାର୍ଗ ଦେଇ ପାଣି ପଂଚାୟତ ଓ ଜଳସେଚନ ସମ୍ବନ୍ଧୀୟ ବାର୍ତା ପ୍ରଚାର କରିବ । ବିଭାଜନ ସ୍ତରୀୟ ପାଣି ପଂଚାୟତ ସମାବେଶ ଜଂଟିଲୋ ଠାରେ ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଉଠା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ, ଡେରାବିଶ, ପଟ୍ଟାମୁଣ୍ଡାଇ ଓ ପାଟକୁରା ଜଳସେଚନ ଉପଖଣ୍ଡର ସହକାରୀ ନିଜଅଂଚଳର ପାଣି ପଂଚାୟତ କର୍ମକର୍ତା ଓ ଜଳସେଚନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ବିଭାଜନ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।