ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତି  ଙ୍କ ପରଲୋକ ।

ଭୁବନେଶ୍ୱର,୨୨/୧୨/୨୦୨୪(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ରବିବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ହୃଦରୋଗ ଯୋଗୁ ଅସୁସ୍ଥ ଥିଲେ। ରବିବାର ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ ୨୦୦୯ ଏବଂ ୨୦୧୪ରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଟି ଟିକେଟରେ ଜିତିଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।ନିର୍ବାଚନମଣ୍ଡଳୀ ସମେତ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *