ନିଶ୍ଚିନ୍ତକୋଇଲି,୨୨/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସେଠୀ ଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି । ସେ ବିଭିନ୍ନ କାର୍ୟ୍ୟରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଆସୁଥିଲା । ପଞ୍ଚାୟତରାଜ ନିର୍ଦେଶକ ତାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି । ନିଲମ୍ବନ ସମୟରେ କଟକ ଜିଲା ପରିଷଦ ରେ ତାଙ୍କର ହେଡ଼କ୍ୱାଟର ସ୍ଥିର କରାଯାଇଥିବାବେଳେ ଜିଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ବିନା ଅନୁମତିରେ ହେଡ଼କ୍ୱାଟର ନଛାଡିବା ପାଇଁ ପରାମର୍ଶ ଦିଆଯାଇଛି ।