କାହ୍ନାଙ୍କ ଶବ ଶୋଭାଯାତ୍ରାରେ ଯୋଗ ଦେଇ କୋକେଇରେ କାନ୍ଧ ଦେଲେ ପୂର୍ବତନ ମନ୍ତ୍ରୀ ଓ ସମାଜସେବୀ

କଟକ ସଦର, ୧୯/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୌଜା ଵେଣ୍ଟକାରର ଜଣାଶୁଣା ବିଜେଡ଼ି ଯୁବନେତା କାହ୍ନା ଓରଫ ରାଜେଶ ମହାନ୍ତି ଙ୍କର ଗତକାଲି ଅପରାହ୍ନରେ ଵେଣ୍ଟକାର ବଜାର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ଘଟିଥିଲା।

ଆଜି ବୁଧବାର ଦିନ ପୋଷ୍ଟମର୍ଟମ ହୋଇ ଆସିଲା ପରେ ଶବ ଉପରେ ବିଜେଡ଼ି ଦଳୀୟ ପତାକା ପକାଯାଇ ଶୋକାକୁଳ ପରିବେଶ ମଧ୍ୟରେ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରାଯାଇ ଥିଲା। ଶଵ ଶୋଭାଯାତ୍ରାରେ ବହୁ କାହ୍ନା ପ୍ରେମୀ ବ୍ୟକ୍ତିବିଶେଷ ଙ୍କ ସହିତ କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ୟୁନିଅନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ସମାଜସେବୀ ପ୍ରଫେସର ମନୋଜ ନାୟକ ଯୋଗ ଦେଇ କୋକେଇରେ କାନ୍ଧ ଦେଇଥିବା ଦେଖାଯାଇଥିଲା। ଏହାପରେ ସମସ୍ତେ ପୁରୀ ଯାଇଁ ସ୍ୱର୍ଗଦ୍ୱାରରେ କାହ୍ନାଙ୍କ ଶବ ସତ୍କାର କରି ଫେରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *