ଜାଲ ସାର୍ଟିଫିକେଟ ଦେଇ ଚାକିରି, ୫ଜଣ ଶିକ୍ଷକ ବହିସ୍କୃତ 

ପୁରୀ, ୧୮/୧୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ଚାଲିଛି ବିଦାଳୟ ଓ ଗଣଶିକ୍ଷା ବିଭାଗ । ଯେଉଁ ଶିକ୍ଷକ ଭୁଲ କରୁଛି ତାହା ଉପରେ ପଡୁଛି ୫ଟି ଛାଟ । ପୁରୀ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୫ଜଣ ଶିକ୍ଷକଙ୍କୁ ବହିସ୍କୃତ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ଏହି ଜଣ ଶିକ୍ଷକଙ୍କୁ ବହିସ୍କୃତ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘୋଷଙ୍କ ସୂଚନା ମୁତାବକ, ଜାଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ବହିସ୍କୃତ ହୋଇଥିବା ୫ଜଣ ଶିକ୍ଷକ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ଜଣେ ଓ କୃଷ୍ଣପ୍ରସାଦ ଅଞ୍ଚଳର ଅନ୍ୟ ୪ ଜଣ ରହିଛନ୍ତି ।

କଣାସ ବ୍ଲକ ଜମାଲଗୋଡା ଏମ.ବି.ସି.ୟୁ.ପି.ଏସ ସ୍କୁଲର ଶିକ୍ଷକ ରବିନ୍ଦ୍ର କୁମାର ପଲେଇ, କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପି.ଇଉ.ପି.ଏସ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ସରକାରୀ ପି..ପି.ଏସ ବିରିପଦର ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ସି.ପି.ଏସ. ସ୍କୁଲର ସୌଦାମିନୀ ପ୍ରଧାନ ଓ ଚାରିଛକ ୟୁ.ଜି.ଓ.ପି ସ୍କୁଲର ନନ୍ଦ କିଶୋର ସେଠୀ। ସେହିପରି ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଜାଲି ସାର୍ଟିଫିକେଟ ଅଭିଯୋଗରେ ୪ଜଣଙ୍କୁ ବହିଷ୍କୃତ କରିଥିଲେ । ମୋଟ ଦେଢ଼ ବର୍ଷରେ ୯ଜଣ ଶିକ୍ଷକଙ୍କୁ ଜାଲି ସାର୍ଟିଫିକେଟ ଅଭିଯୋଗରେ ବହିଷ୍କୃତ କରାଯାଇଛି । ଜିଲ୍ଲାରେ ଶିକ୍ଷାର ସ୍ୱଚ୍ଛତା ପାଇଁ ଏହା ନିହାତି ଆବଶ୍ୟକ ଏବଂ ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘୋଷ ।

Leave a Reply

Your email address will not be published. Required fields are marked *