ରେଭେନ୍ସା ବ୍ୟାପାରରେ ରାଜନୈତିକ ହସ୍ତକ୍ଷେପ ପ୍ରତିବାଦରେ ହଷ୍ଟେଲ ୱାର୍ଡେନ ଙ୍କ ସମୁହ ଇସ୍ତଫା,

                     ଚିଫ ୱ।ର୍ଡେନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କଲେ ବିଧାୟକ

କଟକ ସଦର,୦୫/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଥିବା ସର୍ବ ପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏବେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଏଠାରେ କିଛି ଅଭାବ ଅସୁବିଧା କୁ ନେଇ ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଯିଵା ପରେ ଏବେ ଏହି ଘଟଣାକୁ ନେଇ ଅଧ୍ୟାପକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଆନ୍ଦୋଳନର ରୂପ ନେଇଥିବା ଜଣାପଡିଛି। ଛାତ୍ର ଆନ୍ଦୋଳନ ସମୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ରେଭେନ୍ସାରେ ଅନଧିକାର ପ୍ରବେଶ କରି ଚିଫ୍ ୱ।ର୍ଡେନ ସୂଦର୍ଶନ ମିଶ୍ର ଙ୍କୁ ସର୍ବ ସମ୍ମୁଖରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ସମସ୍ତ ୱ।ର୍ଡେନ ସମୁହ ଇସ୍ତଫା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସେଠୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରି ଆଜି ବୁଧବାର ଦିନ ଟିଚର୍ସ ଆସୋସିଏସନ୍ ଆନ୍ଦୋଳନ କୁ ଓହ୍ଲେଇଛି। ଅନ୍ୟପଟେ ସିନେଟ୍ ସଭ୍ୟ ଭାବେ ରେଭେନ୍ସାର ଛାତ୍ର ଆନ୍ଦୋଳନ ସ୍ଥଳକୁ ସମସ୍ୟାର ସମାଧାନ ପାଇଁ ଯାଇଥିବା ବେଳେ ମୁଖ୍ୟ ୱ।ର୍ଡେନ ସୂଦର୍ଶନ ମିଶ୍ର ଦୁଃର୍ଵ୍ୟଵହାର କରିଥିବା ଦର୍ଶାଇ କ୍ଷମା ପ୍ରାର୍ଥନା କରିଵାର ପ୍ରଶ୍ନ ଉଠୁନାହିଁ ବୋଲି କହି ସୂଦର୍ଶନ ଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ସେଠୀ ବାଚସ୍ପତି ସୁରମା ପାଢୀ ଙ୍କୁ ଚିଠି ଲେଖିଥିବା ଜଣାପଡିଛି।

ଏହି ଘଟଣାକୁ ନେଇ ରେଭେନ୍ସାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ପକ୍ଷ ନିଜ ନିଜ ଅବସ୍ଥାନରେ ଅଡ଼ି ରହିଛନ୍ତି। ତେବେ ଆଗକୁ ଏହି ବିବାଦର ସମାଧାନ କେଉଁ ଦିଗକୁ ଯାଉଛି ତାହା ଉପରେ ସମସ୍ତ ଙ୍କର ନଜର ରହିଛି।

Leave a Reply

Your email address will not be published. Required fields are marked *