ପିଚୁ ରାସ୍ତା ନିର୍ମାଣ ରେ ବ୍ୟାପାକ ଅନିୟମିତତା, କାର୍ଯ୍ୟାନୁଷ୍ଠାନ ଦାବି

 ମାହାଙ୍ଗା,୦୧/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) ଗ୍ରାମାଞ୍ଚଳ ରେ ରାସ୍ତା ଘାଟ ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ କେତେକ ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ସାଲାସୁତରା  ଯୋଗୁ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ମିଳିଛି । ଫଳରେ ରାସ୍ତା ର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ସାଇ ମନ୍ଦିର ଠାରୁ ଜସୁଆପୁର ଆର ଡି ବିଭାଗ ରାସ୍ତା ପିଚୁ କାର୍ଯ୍ୟ ରେ ।

 ଏହି ରାସ୍ତା ଟି ପ୍ରାୟ ଦୁଇ କିମି ବିଶିଷ୍ଟ ହୋଇଥିବା ବେଳେ ଏହା ଉପରେ ଏବେ ପିଚୁ କାର୍ଯ୍ୟ ଚାଲୁ ରହିଛି । ମାତ୍ର ନିୟମ ଅନୁଯାଇ ପିଚୁ ର ମୋଟେଇ ଠାରୁ କମ ପରିମାଣର ପିଚୁ କାର୍ଯ୍ୟ କରାଯାଉଛି । ଫଳରେ ଅଳ୍ପ କେଇଟା ଦିନ ମଧ୍ୟରେ ଏଠାରୁ ପିଚୁ ଉଠିଯାଇ ରାସ୍ତା କ୍ଷତିଗ୍ରସ୍ତ ହେବାର ସଂଭାବନା ରହୁଛି । ସେହିପରି ରାସ୍ତା କଡରେ ଥିବା ଘାସ ସଫା କରି  ପିଚୁ କରିବାର ବ୍ୟବସ୍ଥା ଥିବା ବେଳେ, ଘାସ ସଫା ନ କରାଯାଇ ପିଚୁ କାର୍ଯ୍ୟ  କରାଯାଉଥିବା ଅଭିଯୋଗ ହୋଇଛି ।

ଆବଶ୍ୟକ ଅନୁଯାଇ ପିଚୁ ହେବା ପୂର୍ବରୁ ରାସ୍ତା ଉପରେ ପ୍ରାଇମର ଲଗାଯିବା ର ବ୍ୟବସ୍ଥା ଥିବା ବେଳେ ତାହା ମଧ୍ୟ ଲଗାଯାଉ ନାହିଁ । ବିଭାଗୀୟ ଅଧିକାରୀ ମଧ୍ୟ ରାସ୍ତା କାର୍ଯ୍ୟ ବେଳେ ଉପସ୍ଥିତ ରହୁନଥିବା ରୁ ଠିକାଦାରଙ୍କ ମନମାନି ରେ ରାସ୍ତା କାର୍ଯ୍ୟ ଚାଲୁଥିବାଅଭିଯୋଗ ହୋଇଛି । ଏହି ରାସ୍ତା ଦେଇ ଆଖ ପାଖ ଅଂଚଳ ର ଶତାଧିକ ଜନସାଧାରଣ ଯାଆସ କରୁଥିବା ବେଳେ ଏବେ ଏହି ରାସ୍ତା ଅତ୍ୟନ୍ତ ନିମ୍ନ ମାନର ହେବା ଫଳରେ ରାସ୍ତା ଟିରେ ଖୁବ କମ ଦିନ ମଧ୍ୟରେ ଖାଲ ଖମା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି । ଏଥି ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସାଧାରଣ ରେ ଦାବି ହେଉଛି  ।

Leave a Reply

Your email address will not be published. Required fields are marked *