ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ତଥା ଜିଲା ସ୍ତରୀୟ ଟାସ୍କପୋଂର୍ସ ବୈଠକ ।

                                    ଜିଲାରୁ ଶିଶୁ ଶ୍ରମିକ ଉଛେଦ ପାଇଁ ନିରନ୍ତର ଯାଂଚ ଜରୁରୀ : ଜିଲାପାଳ

ଯାଜପୁର, ୧୨/୬/୨୦୨୪ (ଓଡ଼ିଶା ସମାଚାର)-ଶିଶୁ ଶ୍ରମିକ ସମାଜରେ ଏକ କଳୁଷିତ ପ୍ରଥା । ୧୪ ବର୍ଷରୁ କମ୍ ଏବଂ ୧୪ ରୁ ୧୮ ବର୍ଷ ମଧ୍ୟରେ ଶିଶୁ ମାନଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜିତ କରିବା ଶିଶୁ ଏବଂ କିଶୋର ଶ୍ରମିକ ନିରୋଧ ଏବଂ ଉଛେଦ ଆକ୍ଟ ୧୯୮୬, ସେକ୍ସନ -୨(୧) ଏବଂ ୨(୨) ଅନୁଯାୟୀ ସରକାର ଦଣ୍ଡବିଧି ପ୍ରଣୟନ କରିଛନ୍ତି । ତଦନୁଯାୟୀ ୧୪ ବର୍ଷରୁ କମ୍ ଶିଶୁ ଏବଂ ୧୪ ରୁ ୧୮ ବର୍ଷର କିଶୋର ଶିଶୁ ମାନଙ୍କୁ କୌଣସି ଶ୍ରମ କାର୍ଯ୍ୟ ପ୍ରକ୍ରିୟାରେ ବା ବିପଦଶଙ୍କୁଳ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ । ଶିଶୁମାନେ ରାଷ୍ଟ୍ରର ଆଗାମୀ କାଲିର ଭବିଷ୍ୟତ । ଏଣୁ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଚ୍ଥାସେବୀ ସଂଗଠନ ସମସ୍ତେ ଉତରଦାୟୀ ଭାବେ କାର୍ଯ୍ୟ କରି ଯାଜପୁର ଜିଲାରୁ ଶିଶୁ ଶ୍ରମିକ ଉଛେଦ ପାଇଁ ନିରନ୍ତର ଯାଂଚ ପ୍ରକ୍ରିୟା ଜରୁରୀ ଭାବେ କାର୍ଯ୍ୟ କରାଇବା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଜିଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଆଜି ପୂର୍ବାହ୍ନରେ ବୈଠକରେ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।
ବୈଠକରେ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଜିଲା ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲା ସାମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକ, ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ଶ୍ରୀମତୀ ରେକ୍ସୋନା ଜେନା, ଶିଶୁ ମଙ୍ଗଳ ସମତି ସଦସ୍ୟ ଶ୍ରୀ ଜୟନ୍ତ ଗୋସ୍ୱାମୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲା ଶ୍ରମ ଅଧିକାରୀ ଶ୍ରୀ ମହାନ୍ତି ଦିବସ ପାଳନର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ଜିଲାପାଳଙ୍କ ନିର୍ଦ୍ଧେଶରେ ଶିଶୁ ଶ୍ରମ ମୁକ୍ତ ଓଡିଶା ଆମର ସଂପଳ୍ପ ଶପଥ ପାଠ ନେଇଥିଲେ । ବୈଠକରେ ଆନ୍ତ ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ) ଆଇନ, ୧୯୭୯ ରେ ଥିବା ସୁବିଧା, ସୁଯୋଗ, ଅଧିକାର ଓ ସଚେତନତା ସମ୍ୱନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ସତ୍ୟବ୍ରତ ଲେଙ୍କା, ଜିଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ସୁନନ୍ଦା ବିଶ୍ୱାଳ ଯୋଗ ଦେଇଥିବା ବେଳେ ଶେଷରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଂଜିତ୍ କୁମାର ଦେଓ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *