ଖୋର୍ଦ୍ଧା, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ୨୪ ତମ ମା ଅଁଳାଇ କର୍କ ବଲ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ୪ ଟି ଦଳ କୁ ନେଇ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ ରେ ପ୍ରଥମେ କୁମାରବସ୍ତ ବ୍ୟାଟିଂ କରି ୧୫ ଓଭର ରେ ୯ ଉଇକେଟ ବିନିମୟରେ ୨୦୬ ରନ ସଂଗ୍ରହ କରିଥିଲା ।କୁମାରବସ୍ତ ଦଳ ପକ୍ଷରୁ ଶ୍ରଦ୍ଧାକର ପାତ୍ର ୧୯ ବଲରୁ ୬୦ ରନ ସଂଗ୍ରହ କରିଥିଲେ ଏବଂ ଅରାଙ୍ଗ ଦଳ ପକ୍ଷରୁ ଶୁଭ୍ରଜିତ ମହାଭୋଇ ୩ ଓଭର ବୋଲିଂ କରି ୨୭ ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ । ଜବାବରେ ଅରାଙ୍ଗ ଦଳ ୨୦୭ ରନର ବିଜୟ ଲକ୍ଷ କୁ ନେଇ ୧୩.୪ ଓଭର ରେ ୬ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲେ । ଅରାଙ୍ଗ ପକ୍ଷରୁ ତୋଫାନ ବେହେରା ୩୪ ବଲରୁ ଅପରାଜିତ ୮୪ ରନ ଏବଂ ଆଶୁତୋଷ ବେହେରା ୧୩ ବଲରୁ ଅପରାଜିତ ୫୧ ରନ କରି ଦଳକୁ ବିଜୟୀ କରାଇଥିଲେ।ଦ୍ୱିତୀୟ ପର୍ଯ୍ୟାୟରେ କଲ୍ୟାଣପୁର ଓ ଗୁଡୁମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୁଡୁମ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୮ ଉଇକେଟ ହରାଇ ୧୬୪ ରନ କରିଥିଲେ।ଜବାବରେ କଲ୍ୟାଣପୁର ଦଳ ୯.୫ ଓଭର ଖେଳି ଆବଶ୍ୟକ ୧୬୫ ରନ କରି ବିଜୟୀ ହୋଇଥିଲେ। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ କୁ ପୂର୍ବତନ ୱାର୍ଡ ସଭ୍ୟ ତଥା ସମାଜସେବୀ ତୁଷାରକାନ୍ତ ବିଶ୍ଵାଳ, ପୂର୍ବତନ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ଵାଳ, ହିମାଂଶୁ ବରାଳ,ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।ସେହିପରି ଭାଷ୍ୟକାର ଭାବେ କୃଷ୍ଣଚନ୍ଦ୍ର ସାହୁ,ପ୍ରଶାନ୍ତ ନାଟୁଆ ଦାୟିତ୍ୱ ତୁଲାଇଥିବା ବେଳେ ଜିତେନ୍ଦ୍ର ସ୍ୱାଇଁ, ସୁଶାନ୍ତ ନାଟୁଆ ଅତିଥି ରୁପେ ଯୋଗ ଦେଇଥିଲେ। ଆଜିର ଖେଳ କୁ ଚନ୍ଦ୍ରକାନ୍ତ ବିଶ୍ଵାଳ ଏବଂ ତୁଷାରକାନ୍ତ ସୁନ୍ଦରାୟ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ୱରେ ଥିଲେ ଜିତେନ୍ଦ୍ର ବିଶ୍ଵାଳ ।ଅନ୍ୟ ମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ କୁ ସାଗର ବଳିୟାରସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ଆଲୋକ ପ୍ରଧାନ, କବି ପ୍ରଧାନ, ଧର୍ମେନ୍ଦ୍ର ବିଶ୍ଵାଳ, ସୁମିତ ବିଶ୍ଵାଳ, ବବୁଲ ପ୍ରଧାନ,ରାଜୀବ ବିଶ୍ଵାଳ, ଅରୁଣ ପ୍ରଧାନ, ଶୁଭ୍ରାଂଶୁ ଶେଖର ସୁନ୍ଦରାୟ, ପ୍ରୀତମ ପ୍ରଧାନ, ଆଶିଷ କୁମାର ବିଶ୍ଵାଳ, ଆଦିତ୍ୟ ବିଶ୍ଵାଳ, ସନ୍ଦୀପ ବରାଳ ,ଦିପେଶ ବେହେରା,ପ୍ରମୁଖ ସହଯୋଗ କରିଥିଲେ।