ନେମାଳ ପୀଠରେ ଶ୍ରୀ ଅଚ୍ୟୁତ ସେନାର ସଂକେତ ଫଳକ ଲୋକାର୍ପଣ ଓ ଆଧ୍ୟାତ୍ମିକ ସମାବେଶ 

ନେମାଳ,୨୦/୧୨/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- ପ୍ରତିଟି ଜୀବରେ ଆଧ୍ୟାତ୍ମିକତାର ଉନ୍ମେଷ, ଗତି, ସ୍ଥିତି, ଆବର୍ତ୍ତନର ସଠିକ୍ ଢଙ୍ଗରେ ପରଖିବା ସହ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦିବ୍ୟ ଜୀବନରହସ୍ୟ ଓ ଦର୍ଶନ ତଥା ଉତ୍କଳୀୟ ବୈଷ୍ଣବ ଧର୍ମର ଯୁଗ ପୁରୁଷ ପଞ୍ଚସଖା ସତ୍ୟ ଚେତନା କାର୍ଯ୍ୟକ୍ରମ  ସଂଗଠନର ମୌଳିକତା ଅଟେ । “ଧେନୁ ମାତରମ୍‌” ନ୍ୟାୟରେ ଗୋ ସୁରକ୍ଷା-ସେବା ସହ “ଜୀବେଦୟା” ନ୍ୟାୟରେ ସାମ୍ୟ ମାନବବାଦର ପ୍ରସାରଣରେ  ଭୂମିରୁ ଭୂମା ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ । ସମଗ୍ର ବିଶ୍ୱକୁ ଦିବ୍ୟାଲୋକ ପ୍ରଦାନରେ ଦିବ୍ୟଦ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ବାଣୀର ସଠିକ ପ୍ରଚାର ଓ ପ୍ରସାର ମାଧ୍ୟମରେ ଜନଚେତନାର  ସୃଷ୍ଟିରେ ଅନୁଷ୍ଠାନ ସତତ ପ୍ରୟାସ ସବୁ ସ୍ତରରୁ କାର୍ଯ୍ୟକାରୀ କରାଯିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପିଠ ନେମାଳରେ ଆୟୋଜିତ ଶ୍ରୀ ଅଚ୍ୟୁତ ସେନାର ସଂକେତ ଫଳକ ଲୋକାର୍ପଣ ଓ ଆଧ୍ୟାତ୍ମିକ ଚର୍ଚ୍ଚା ସମାରୋହରେ ସମସ୍ତ ସାଧୁସନ୍ଥ ଓ ଅତିଥି ମାନେ ମତପ୍ରକାଶ କରିଛନ୍ତି । ଶ୍ରୀ ଅଚ୍ୟୁତ ସେନାର ସସ୍ଥାପକ ସଭାପତି ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ୱାମୀଗୁରୁପାଦ ବ୍ରହ୍ମ ଅବଧୂତ ଶ୍ରୀ ସୁକାନ୍ତ ଦାସଜୀ ମହାରାଜ ଯୋଗଦେଇ ଶ୍ରୀ ଅଚ୍ୟୁତ ସେନାରେ ସଂକେତ ଫଳକକୁ ଲୋକାର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶାସନ ସଚିବ ତଥା ସୁନାମଧନ୍ୟ ସାହିତ୍ୟ-ସଂସ୍କୃତି ଗବେଷକ ଡଃ ଅଲେଖ ଚନ୍ଦ୍ର ପଢିହାରୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳଙ୍କ ସ୍ୱତନ୍ତ୍ର କାର୍ଯ୍ୟାଳୟ ଅଧିକାରୀ ଡଃ ନାରାୟଣ ମୁଦୁଲି , ବିଶିଷ୍ଟ ଅତିଥି ଭାବେ ଚଳଚିତ୍ର ଅଭିନେତା ଅରିନ୍ଦମ୍ ରାୟ ଓ ବ୍ରହ୍ମାନନ୍ଦ ମହାନ୍ତି,ସମ୍ମାନିତ ଅତିଥି ଭାବେ ନାମାଚାର୍ଯ୍ୟ ଶ୍ରୀମଦ ରେବତି ରମଣ ଦାସ ମହାରାଜ ,ବାବା ରୁଦ୍ରନାରାୟଣ ଦାସ,ମହନ୍ତ ଅନନ୍ତ ରାମ ଦାସ,ବାବା ନିତ୍ୟାନନ୍ଦ ଦାସଜୀ ମହାରାଜ,ଆଲୋକ କୁମାର ଦତ ,ପ୍ରାଧ୍ୟାପକ ବିପିନ ବିହାରି ଦାସ,ସମାଜସେବୀ କେଶବ ଚନ୍ଦ୍ର ଦଳାଇ, ବ୍ରହ୍ମାନନ୍ଦ ମହାନ୍ତି ,ପଞ୍ଚବଟ ମହନ୍ତ ପ୍ରମୋଦ ଦାସ ,ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ଦାସ,ଆଇନଜୀବି ଅମରେନ୍ଦ୍ର  ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରତ୍ୟୁଷରୁ ଅଚ୍ୟୁତାନନ୍ଦଙ୍କ ମହାସ୍ନାନ, ନବ ବସ୍ତ୍ର ପରିଧାନ, ଚନ୍ଦନ ପୁଷ୍ପ ଲାଗି, ମଙ୍ଗଳ ଆଳତୀ, ଧୂପ ନେବେଦ୍ୟ, ପହିଲି ଭୋଗ ଆଦି ଅର୍ପଣ କରାଯାଇ ଶ୍ରୀ ଅଚ୍ୟୁତ ସେନାର ସଂକେତ ଫଳକ ପୁଜାଅର୍ଚ୍ଚନା କରାଯାଇ ସେନାର ପଞ୍ଚ ତତ୍ୱ ଧ୍ୱଜା ଉତଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଥାକାର ଶ୍ରୀମାନ ସୁଶାନ୍ତ କୁମାର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଆଧ୍ୟାତ୍ମିକ ସଂଯୋଜିକା ସୁଜାତା ଗୋସ୍ୱାମୀ ଓ ପ୍ରଶାନ୍ତ ସିଂ ସେନାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶେଷରେ ପରିବେଷବିତ ପ୍ରମୋଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *