ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି କଟକ ସଦର ରେ ସମୁହ ଦୀପଦାନ

କଟକ ସଦର,୨୨/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ରବିବାର ଦିନ ଓଡ଼ିଶାର ବିରୋଧିଦଳ ନେତା ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ କୋକିଳାଵେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ରେ ସର୍ଭିକାଲ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ହେଉଥିବା ରୁ ତାଙ୍କର ସଫଳ ଚିକିତ୍ସା ଓ ଦୃତ ଆରୋଗ୍ୟ କାମନା କରି ରାଜ୍ୟ ସାରା ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ଜ୍ୱଳନ କରାଯାଉଥିବା ପରିପ୍ରେକ୍ଷୀରେ କଟକ ସଦର ର ଦୁଇଟି ସ୍ଥାନରେ ସମୁହ ଦୀପଦାନ କରାଯାଇଥିବା ଜଣାପଡିଛି।

ଏଥିରେ ସକାଳ ବେଳା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ ଙ୍କ ତତ୍ତ୍ୱାବଧାନରେ ସମୁହ ଦୀପଦାନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ନାୟକ, ରମେଶ ଜେନା, ବିଷ୍ଣୁ ପ୍ରଧାନ, ରଘୁନାଥ ସେଠୀ, ନରେନ୍ଦ୍ର ବାରିକ୍, ବିଶ୍ୱଜିତ ଜେନା,ଅରୁଣ ସିଂ,ଅମିୟ ମହାନ୍ତି, ନନ୍ଦିନୀ ନାୟକ,ଭୈରବ ଦାସ,ସୈ।ଭାଗ୍ୟଲକ୍ଷ୍ମୀ ମଲ୍ଲିକ, ବିମଳ ଦାସ ପ୍ରମୁଖ ବହୁ ନବୀନ ପ୍ରେମୀ ସାମିଲ ହୋଇଥିଲେ।

 ସେହିପରି ସିଏମସି ୫୦ ଓ ୫୧ ନମ୍ଵର ୱ।ର୍ଡ ର ବହୁ ନବୀନ ପ୍ରେମୀ ଙ୍କ ସମେତ ରମେଶ ଚନ୍ଦ୍ର ନାୟକ, ଜିତେନ୍ଦ୍ର ସ୍ୱ।ଇଁ, ମନୋରଞ୍ଜନ ମହାପାତ୍ର, ସୂଦର୍ଶନ ଜେନା ପ୍ରମୁଖ ମଧୁପାଟଣା ପଞ୍ଚମୁଖୀ ହନୁମାନ ମନ୍ଦିର ରେ ସମୁହ ଦୀପଦାନ କରିଛନ୍ତି।

ସେହିପରି ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ଙ୍କ ମନ୍ଦିର ରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଝିନୁ ବେହେରା ଙ୍କ ତତ୍ତ୍ୱାବଧାନରେ ସମୁହ ଦୀପଦାନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସୁମନ୍ତ ପଣ୍ଡା, ଡାକ୍ତର ଦେବଦତ୍ତ ନନ୍ଦ, ମହମ୍ମଦ ସକିଲ,ଅରୁଣ ଦାଶ, ପବିତ୍ର ମିଶ୍ର,ସମର ବେହେରା, ଶ୍ରୀକାନ୍ତ ଦାଶ, ଜିତେନ୍ଦ୍ର ଦାଶ, ଅଶୋକ ପାତ୍ର, ଅନିରୁଦ୍ଧ ରାଉଳ, ତ୍ରିଲୋଚନ ସ୍ୱ।ଇଁ, ମୁରଲୀଧର ରାଉଳ,ଶରତ ରଥ, ହିମାଂଶୁ ଦାସ, ଶୁକଦେବ ବେହେରା, କିଶୋର ସାହୁ, ଇନ୍ଦୁ ଭୂଷଣ ବେହେରା, ଜତିନ୍ଦ୍ର ରାଉଳ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *