ଜୁନାଗଡ଼,୧୯/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଜୁନାଗଡ଼ ବ୍ଲକର ଜୁନାଗଡ଼ ,ତଳ ଜାରିଙ୍ଗ ,ବଣି ଜରା ଓ ଦାସୀ ଗାଁ ମଣ୍ଡି ଗୁଡିକ ପରିଦର୍ଶନ କରି ଚାଷୀଙ୍କ ବିଭିନ୍ନ ମଣ୍ଡି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜୁନାଗଡ଼ ମଣ୍ଡିରେ ଚାଷୀ ମାନଙ୍କୁ ଡାକି ଧାନ କୁଇଣ୍ଟାଲ ପିଛା କେତେ ଟଙ୍କା ପାଉଛ ବୋଲି ଚାଷୀ ମାନଙ୍କୁ ପଚାରି ବୁଝିଥିଲେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଣ୍ଡିଆ ପିଠା ଓ ଆରିସା ପିଠା ଖାଇଥିଲେ ।ପରେ ଚାଷୀ ମାନେ କିପରି ସହଜେ ଧାନ ବିକ୍ରି କରିବେ ସେ ବିଷୟରେ କହିଥିଲେ ।ଏଥିରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ,ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ,ପୂର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ ,ଜୁନାଗଡ଼ ପେକ୍ସ ସଭାପତି ସୁଧାଂଶୁ ବର।ଡ଼ ,ଜୁନାଗଡ଼ ପେକ୍ସ ନିର୍ଦେଶକ ସନ୍ତୋଷ କୁମାର ସିଂହଦେଓ, ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।