ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଇଏନଟିୟୁସିର ବିକ୍ଷୋଭ

ଭୁବନେଶ୍ୱର,୧୯/୧୨/୨୦୨୪(ଓଡ଼ିଶା ସମାଚାର)-ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେବା ପ୍ରତିବାଦରେ ଗୁରୁବାର ଆଇଏନଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀଙ୍କ ନିର୍ଦ୍ଧେଶକ୍ରମେ ଓଡ଼ିଶା ଶାଖାର ଏକ ପ୍ରତୀକାତ୍ମକ ପ୍ରତିବାଦ ଓ ବିିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଜି ଛକସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ସଂଗଠନର କର୍ମକର୍ତାମାନେ ସ୍ୱରାଷ୍ଟ୍ରମନ୍ତ୍ରୀ କ୍ଷମା ମାଗ, ନଚେତ ଇସ୍ତଫା ଦିଅ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମିତ ଶାହାଙ୍କ କୁଶ ପୁତଳିକା ଦାହ କରିଥିଲେ ।
ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପ୍ରତି ଏପରି ଅପମାନ ଏ ଦେଶର ଶ୍ରମିକ ସମାଜ ବରଦାସ୍ତ କରିବ ନାହିଁ ଏବଂ ଏଥିପାଇଁ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଯୁବନେତା ଅମିୟ ପାଣ୍ଡବ, ଗଣେଶ ଦାଶ, ପ୍ରକାଶ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ମୀର୍ ଅହମ୍ମଦ ଅଲ୍ଲୀ, ମାନସ ରଞ୍ଜନ ସାହୁ, କଂଗ୍ରେସ ନେତା ବିନୋଦ କୁମାର ନାୟକ, ଛାତ୍ରନେତା ତାପସ ଦେ, ସୌମ୍ୟ ସୁଜିତ ଏବଂ ରାହୁଲ ମହାନ୍ତି ପ୍ରମୁଖ ଆନ୍ଦୋଳନସ୍ଥଳରେ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *