କେନ୍ଦ୍ରାପଡ଼ା,୧୮/୧୨/୨୦୨୪ (ଓଡ଼ିଶା ସମାଚାର)- ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ତପନ କୁମାର ପରିଡାଙ୍କ ହୃଦଘାତ ଜନିତ କାରଣରୁ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ୧୯୯୦ ମସିହାରେ ଶିକ୍ଷିତ ଚପରାଶି ଭାବରେ ଯୋଗଦାନ କରିଥିଲେ । ମଙ୍ଗଳବାର ମଢିଆଳସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାରରେ କାର୍ଯ୍ୟରତ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେବା ବାଟରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା । ସେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଂଚାୟତର ଡିହମୁଗବାଡି ଗ୍ରାମରେ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଓ କର୍ମଚାରୀମାନେ ତାଙ୍କ ବାସଭବନରେ ପହଂଚି ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ସ୍ୱର୍ଗତ ପରିଡାଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କରିଥିଲେ । ସ୍ୱର୍ଗତ ପରିଡାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓ ଜିଲା ପରିଷଦ ସଭାପତି ଲିଲିତା ଦାସ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।